Odisha news

ଛତ୍ରପୁର : ଦେଶ ନିର୍ମାତା ‘ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ପାଞ୍ଚ କୋଭିଡ ଯୋଦ୍ଧା

0

ଛତ୍ରପୁର: ଦେଶ ନିର୍ମାଣରେ ଶିକ୍ଷକ ସମାଜର ଏକ ବଳିଷ୍ଠ ଭୂମିକା ରହିଛଇ । ବର୍ତ୍ତମାନର କୋଭିଡ୍ ମହାମାରୀ ସମୟରେ ଶିକ୍ଷକମାନେ କୋଭିଡ୍ ଯୋଦ୍ଧା ଭାବରେ ସମାଜରେ ସେବା କରିବା ସହ ଯେଉଁଭଳି ଭାବେ ଶିକ୍ଷାଦାନ ପାଇଁ ଅହରହ ପ୍ରଚେଷ୍ଟାରତ ତାହା ପ୍ରଶଂସନୀୟ । ଏଣୁ ରୋଟାରୀ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଚଳିତ ବର୍ଷ ଶିକ୍ଷକମାନଙ୍କୁ ଦେଶ ନିର୍ମାତା ଭାବେ ସମ୍ମାନିତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଲକର କାର୍ଯ୍ୟରତ ୫ଜଣ ଶିକ୍ଷକଙ୍କୁ ‘ଦେଶ ନିର୍ମାତା’ ସମ୍ମାନରେ ସମ୍ମାନିତ କରାଯାଇଛି । ରୋଟାରୀ କ୍ଲବର ସଭାନେତ୍ରୀ ତଥା ଶିକ୍ଷାବିତ୍ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଟାଙ୍ଗଣାପଲ୍ଲୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାଗିରଥୀ ମିଶ୍ର, କରାପଲ୍ଲୀ ଉ.ପ୍ରା. ବିଦ୍ୟାଳୟର ବିଭୁଦତ୍ତ ଶତପଥୀ, ଛତ୍ରପୁର ଏନ୍ଏସିର ବାରାକ୍ ଉ.ପ୍ରା. ବିଦ୍ୟାଳୟର ଶ୍ରୀକାନ୍ତ ନନ୍ଦ, ନରେନ୍ଦ୍ରପୁର ସିଆରସିସି ଅଶୋକ ଶତପଥୀ ଓ କାଳିପଲ୍ଲୀ ଉ.ପ୍ରା. ବିଦ୍ୟାଳୟର ପି.ଦମୟନ୍ତୀ ରେଡ୍ଡୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀୟନ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ରୋଟାରୀଅନ୍ ପ୍ରଫୁଲ କୁମାର ପଟ୍ଟନାୟକ, ସୁରଜିତ୍ ସାମନ୍ତରାୟ, ପ୍ରସନ୍ନ ପତି, ବିଘ୍ନେଶ୍ୱର ରଥ, ଧୀରେନ୍ଦ୍ରନାଥ ପଣ୍ଡା ଓ ସଂପାଦିକା ସ୍ୱାଗତକା ସାମନ୍ତରାୟ ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ରୋଟାରୀଅନ୍ କେ.ବାସୁଦେବ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
ଟାଙ୍ଗଣାପଲ୍ଲୀ ପ୍ୟାକ୍ସ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ ମାନେ

Leave A Reply