ପୁଣି ତିନିଅଙ୍କ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା, ଆଜି କନ୍ଧମାଳରେ ୧୦୩ ଚିହ୍ନଟ : ୨ ପୋଲିସ କର୍ମଚାରୀଙ୍କ ସମେତ ୫ କରୋନା ଯୋଦ୍ଧା ସଂକ୍ରମିତ, ଜିଲ୍ଲାରେ ମୋଟ ୪୪୮୯, ଜଣେ ମୃତ
ଫୁଲବାଣୀ (santosh Mishra) : ଦୁଇଦିନ ପରେ ଆଜି କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଅଙ୍କ ଛୁଇଁଛି । ଆଜି ଜିଲ୍ଲାରେ ୨ ଜଣ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୫ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବାବେଳେ ଜିଲ୍ଲାରେ ଆଉ ୧୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪୮୯ରେ ପହଂଚିଛି । ଆଜି ସୁଦ୍ଧା ସେମାନଙ୍କ ମଧ୍ୟରୁ ୩୭୯୧ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି ।
ଆଉ ଜଣେ କୋଭିଡ ଯୋଦ୍ଧା (ଗଣମାଧ୍ୟମ ପ୍ରତିନିଧି)ଙ୍କୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୩ ରେ ପହଂଚିଛି । ଆଉ ୬୭୫ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରେ ୨୦ ଜଣ ଏବଂ ଗ୍ରାମାଂଚଳରେ ଜଣେ ଚିହ୍ନଟ ହୋଇଚନ୍ତି । ସେହିପରରି ବାଲିଗୁଡାର ବିଜ୍ଞାପିତ ଅଂଚଳରେ ୫ଜଣ ଓ ଗ୍ରାମାଂଚଳରେ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାର ଘୁ.ଉଦୟଗିରିରେ ୭,ଚକାପାଦରେ ୧୩,ଦାରିଙ୍ଗବାଡିରେ ୫,କ.ନୁଆଗାଁରେ ୪,ଖଜୁରିପଡାରେ ୧୦,କୋଟଗଡରେ ୨,ଫିରିଙ୍ଗିଆ ୧୦,ରାଇକିଆ ୮,ଟିକାବାଲିରେ ୭, ତୁମୁଡିବନ୍ଧ ଅଂଚଳରୁ ଜଣେ ଥିବାବେଳେ ଅନ୍ୟାନ୍ୟ ଅଂଚଂଳରୁ ୨ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।