Odisha news

ମହାଭାରତର କିଛି ରୋଚକ କଥା

0

ମହାଭାରତର ଯୁଦ୍ଧ ଧୃତରାଷ୍ଟ୍ରଙ୍କ ପୁତ୍ର ମୋହ ଓ ଦୁର୍ଯ୍ୟଧନଙ୍କ ମହତ୍ୱ ଆକାଂକ୍ଷାର ପରିଣାମ ଥିଲା l ମହାଭାରତର ଯୁଦ୍ଧ ସବୁଠୁ ବିନାଶ କାରି ଯୁଦ୍ଧ ମାନଙ୍କ ଠାରୁ ଗୋଟିଏ l ଦୁର୍ଯ୍ୟଧନର ୧୦୦ ଭାଇ ଥିଲେ l କିନ୍ତୁ ଗୋଟିଏ ଭାଇ ଏପରି ଥିଲା ଯିଏ ଦୁର୍ଯ୍ୟଧନର କାର୍ଯ୍ୟ କଳାପକୁ ବିରୋଧ କରୁଥିଲା l ଦୁର୍ଯ୍ୟଧନର ଏହି ଭାଇର ନାମ ବିକର୍ଣ୍ଣ ଥିଲା l

ବିକର୍ଣ୍ଣ ଧୃତରାଷ୍ଟ୍ରଙ୍କ ୧୦୦ ପୁତ୍ରଙ୍କ ମଧ୍ୟରୁ ଗୋଟିଏ ପୁତ୍ର ଥିଲା l ଯିଏ ଗୋଟିଏ ମହାରଥୀ ହେବ ସହିତ ଗୋଟିଏ ନ୍ୟାୟ ପ୍ରିୟ ଓ ବିଦ୍ୱାନ ବ୍ୟକ୍ତି ଥିଲା l ଦ୍ରୌପଦୀଙ୍କ ଚିରହରଣକୁ ବିରୋଧ କରିବା ପରେ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିଲା ସେତେବେଳେ ମଧ୍ୟ ବିକର୍ଣ୍ଣ ଏହାକୁ ବିରୋଧ କରିଥିଲା l କିନ୍ତୁ ନିଜ ଭାଇ ଧର୍ମର ପାଳନ କରି କୌରବ ମାନଙ୍କ ପକ୍ଷରୁ ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ କରିଥିଲା l ଶକୁନିର ବୁଦ୍ଧି ଯୋଗୁ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ଜୁଆଖେଳ ହୋଇଥିଲା l ଯୁଧିଷ୍ଠିର ଏହି ଖେଳରେ ସବୁ ବାଜି ଲଗାଇଦେଇ ହରି ଯାଇଥିଲେ l ଯେତେବେଳେ ତାଙ୍କ ପାଖରେ କିଛି ନଥିଲା ସେ ଦ୍ରୌପଦୀଙ୍କୁ ବାଜି ଲଗାଇଥିଲେ ଓ ତାହା ମଧ୍ୟ ହରି ଯାଇଥିଲେ l ଯୁଧିଷ୍ଠିର ହାରିଯିବା ପରେ ଦ୍ରୌପଦୀଙ୍କୁ କୁରୁ ସଭାକୁ ଅଣାଯାଇଥିଲା l ଯେତେବେଳେ ଦରବାରରେ ଦ୍ରୌପଦୀଙ୍କ ଚିରହରଣ ନଦେଖିପାରି ସମସ୍ତେ ମୁଣ୍ଡ ନୁଆଇଁ ବସିଥିଲା;ଏ ସେତେବେଳେ ବିକର୍ଣ୍ଣ ଜଣେ ବ୍ୟକ୍ତି ଥିଲେ ଯିଏ ଏହାର ବିରୋଧ କରିଥିଲେ l

ଦରବାରରେ ସମସ୍ତ ବ୍ୟକ୍ତିଙ୍କ ଆଗରେ ବିକର୍ଣ୍ଣ ନିଜ ଭାଇ ଦୁର୍ଯ୍ୟଧନର ଓ ଦୁଃଶାସନଙ୍କର ଏହି କାର୍ଯ୍ୟକଳାପକୁ ଆଲୋଚନା କରି ଅନୁଚିତ ବୋଲି କହିଥିଲେ l ବିକର୍ଣ୍ଣ କହିଥିଲେ ଯେ ଯଦି ଆଜି ଦ୍ରୌପଦୀଙ୍କର ଚିରହରଣ ଅଟକl ନଯିବ ଏହାର ପରିଣାମ ଭବିଷ୍ୟତରେ ଭୟଙ୍କର ହେବ l ଶେଷରେ ବିକର୍ଣ୍ଣାଙ୍କର ଏହି କଥା ସତ୍ୟ ପ୍ରମାଣିତ ହେଲା l

ମହାଭାରତ ଯୁଦ୍ଧରେ ଯେତେବେଳେ ଭୀମଙ୍କର ସାମ୍ନା ବିକର୍ଣ୍ଣଙ୍କ ସହିତ ହୋଇଥିଲା ଭୀମ ବିକର୍ଣ୍ଣଙ୍କ ସହିତ ଯୁଦ୍ଧ କରିବାକୁ ଚାହିଁ ନଥିଲେ l ସେତେବେଳେ ବିକର୍ଣ୍ଣ ଭୀମଙ୍କୁ କହିଥିଲେ ମୁଁ ଜାଣିଛି କୌରବ ମାନେ ଏହି ଯୁଦ୍ଧରେ ହରିବେ l କିନ୍ତୁ ମୁଁ ନିଜର କର୍ତବ୍ୟ ପାଳନ କରି ଯୁଦ୍ଧ କରିବାକୁ ଆସିଛି l ଦ୍ରୌପଦୀଙ୍କ ଅପମାନକୁ ନେଇ ବିକର୍ଣ୍ଣ କହିଥିଲେ ଦ୍ରୌପଦୀଙ୍କ ଚିରହରଣ ମତେ ଲଜିତ କରିଛି l ସେତେବେଳେ ମୋର ବିରୋଧ କରିବା ଉଚିତ ଥିଲା ତେଣୁ ମୁଁ  ତାହା କରିଥିଲେ l ତାପରେ ସେ ଭୀମଙ୍କୁ କହିଥିଲେ ଆପଣ ଶସ୍ତ୍ର ଉଠାନ୍ତୁ ଓ ମୋ ସହିତ ଯୁଦ୍ଧ କରନ୍ତୁ l ଏହା ପରେ ଭୀମ ଓ ବିକର୍ଣ୍ଣ ,ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା l ଭୀମ ଅନିଚ୍ଛା ସତ୍ୱେ ମଧ୍ୟ ବିକର୍ଣ୍ଣଙ୍କର ବଦ୍ଧ କରିଥିଲେ l ଯାହାପରେ ଭୀମଙ୍କୁ ବହୁତ ଦୁଃଖ ଲାଗିଥିଲା l

Leave A Reply