Odisha news

ଓଭରବି୍ରଜ୍ ତଳ ଦୋକାନ ଉଚ୍ଛେଦ ମାମଲା: ନ୍ୟାୟ ନ ପାଇ ଆଖିବୁଜିଲେ ଭଙ୍ଗାଯାଇଥିବା ଦୋକାନୀ ବ୍ରଜମୋହନ

0

ବାଲେଶ୍ୱର-୩୦/୦୯ ;-ଗତ ୨୫ ତାରିଖରେ ବାଲେଶ୍ୱର ଓଭରବି୍ରଜ୍ ତଳୁ ଉଚ୍ଛେଦ ହୋଇଥିବା ୨୦ଜଣ ଦୋକାନୀଙ୍କ ମଧ୍ୟରୁ ଆଜି ସକାଳେ ବ୍ରଜମୋହନ ସାସମଲ (୬୦) ଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି । ଫଳରେ ଓଭରବି୍ରଜ୍ ତଳେ ବ୍ୟବସାୟୀ କରୁଥିବା ସମସ୍ତ ଦୋକାନୀ ୰ ସାସମଲଙ୍କୁ ସମ୍ମାନ ପ୍ରଦର୍ଶନ କରି ସେମାନଙ୍କ ଦୋକାନ ବନ୍ଦ ରଖିଥିଲେ । ଏଠାରେ ସୂଚନାଯୋଗ୍ୟ ଓଭରବି୍ରଜ୍ର ମରାମତି ଆଳରେ ପ୍ରଶାସନ ତରଫରୁ ତରବରିଆ ଭାବରେ ପ୍ରଥମ ପର୍ଯ୍ୟାୟରେ ସହଦେବଖୁଣ୍ଟା ପଟେ ୨୦ଟି ଦୋକାନ ଭାଙ୍ଗିଦିଆଯାଇଥିଲା । ଭାଙ୍ଗିଯାଇଥିବା ଦୋକାନ ମଧ୍ୟରେ ୧୦ ନମ୍ବର ଦୋକାନଟି ୰ ସାସମଲଙ୍କର ଥିଲା ।

୰ସାସମଲଙ୍କର ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବା ବେଳେ ଏହି ଦୋକାନଉପରେ ନିର୍ଭର କରି ତାଙ୍କ ପରିବାର ପ୍ରତିପୋଷଣ କରିଆସୁଥିଲେ । ତାଙ୍କ ଦୋକାନ ଭାଙ୍ଗିଦିଆଯିବାପରେ ଅଧିକାଂଶ ସମୟରେ ତାଙ୍କର ଭାଙ୍ଗିଯାଇଥିବା ଦୋକାନ ପାଖରେ ବସି ରହୁଥିଲେ ଏବଂ ଅନେକ ସମୟରେ ସେ କାନ୍ଦୁଥିବାର ଦେଖି ଅନ୍ୟ ଦୋକାନୀମାନେ ତାଙ୍କୁ ସାନ୍ତ୍ୱନା ମଧ୍ୟ ଦେଉଥିଲେ । ତେବେ ଦୋକାନ ଭାଙ୍ଗାଯିବା ପରଠାରୁ ସେ ସବୁବେଳେ ଗୁମ୍ସୁମ୍ ରହୁଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ଆଜି ସକାଳେ ସେ ହଠାତ୍ ଗୁରୁତର ହୋଇପଡ଼ିଥିଲେ ଏବଂ ଡାକ୍ତରଖାନାରେ ପହଞ୍ଚôବା ବେଳେକୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା ।

ଏହି ଖବର ପ୍ରଚାରିତ ହେବାମାତ୍ରେ ବ୍ୟବସାୟୀଙ୍କ ମଧ୍ୟରେ ଗଭୀରଶୋକ ପ୍ରକାଶ ପାଇବା ସଂଗେ ସଂଗେ ଆଜି ସନ୍ଧ୍ୟାରେ ସମସ୍ତ ଓଭରବି୍ରଜ୍ତଳ ଦୋକାନ ବନ୍ଦ ଥିଲା ଏବଂ ଫାଣ୍ଡିଛକଠାରେ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ରଂଜନ ବାଗଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ କୌଣସି ଥଇଥାନର ବ୍ୟବସ୍ଥା କରାନଯାଇ ତରବରିଆ ଭାବରେ ଦୀର୍ଘ ୩୫ ବର୍ଷ ଧରି ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସଭାରେ ମତପ୍ରକାଶ ପାଇଥିଲା । ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ଜାରି ରହିଲେ ଆଗାମୀ ଦିନରେ ଏହିଭଳି ଅନେକ ଅଘଟଣ ଘଟିବାର ସମ୍ଭାବନା ରହିଛି । ପୋଲ ମରାମତିକୁ ଦୋକାନୀମାନେ ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ ମରାମତି ପରେ ପୁଣି ସେମାନଙ୍କୁ ପୋଲତଳେ ଥଇଥାନ କରିବାପାଇଁ ବ୍ୟବସାାୟୀମାନଙ୍କ ପକ୍ଷରୁ ଦାବି ହୋଇଆସୁଥିଲା । ତେବେ ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବିକୁ ଭୃକ୍ଷେପ ନକରି ୨ଶହ ଦୋକାନ ମଧ୍ୟରୁ ପ୍ରଥମପର୍ଯ୍ୟାୟରେ ୨୦ଟି ଦୋକାନକୁ ଭାଙ୍ଗିଦେବା ଘଟଣା ବ୍ୟବସାୟୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବି୍ରଟ୍) ପକ୍ଷରୁ ଏହି ସବୁ ଦୋକାନଘର ନିର୍ମାଣ କରାଯାଇ ଭଡ଼ାସୂତ୍ରରେ ଦୋକାନୀମାନଙ୍କୁ ଦିଆଯାଇଥିଲା

Leave A Reply