Odisha news

ପ୍ରଥମ ଥର ବାପାଙ୍କ ସହ କାମ କରିବେ ସୋନାକ୍ଷୀ

0

ବ ଲ ି ଉ ଡ ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ତାଙ୍କ ଝିଅ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ । ‘ଜରୁରତ୍‌’ ଗୀତରେ ବାପ-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ରିପବ୍ଲିକ୍‌ ଅଫ୍‌ ମୁ୍ୟଜିକ୍‌, ବେୟୋର୍ଡ ମୁ୍ୟଜିକ୍‌ ଓ ହ୍ୱାଇଟ୍‌ ବିଲିୟନାୟର୍‌ ରେକର୍ଡ଼ସ ସହିତ ମିଶି ଏହି ଗୀତ ତିଆରି କରିଛି । ଏହି ଗୀତରେ ଡା. କିରଣ ବେଦୀ, ସୋନଲ ମାନସିଂହ, ଲକ୍ଷ୍ମୀ ଅଗ୍ରୱାଲ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓ ଏନି ଚିୟୋଙ୍ଗ ଡ୍ରୋଲମା ଭଳି କଳାକାର ନଜରକୁ ଆସିବେ । ଶ୍ରବଣ ପଣ୍ଡିରସ୍‌ଙ୍କ ଦ୍ୱାରା ଲିଖିତ ଏହି ଟ୍ରାକ୍‌କୁ ସିମ୍ରନ୍‌ ଚୌଧୁରୀ, ଅଜୟ କେସୱାନି, ଶ୍ରୁତି ଅନୱାଇଣ୍ଡ, ର୍ୟାପର୍‌ ମୁଫାଡ଼ଙ୍କ ଭଳି କଳାକାର ରେଣ୍ଡର୍‌ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବରୁଣ ପ୍ରଭୁଦୟାଲ ଗୁପ୍ତା । ଶତ୍ରୁଘ୍ନ ସିହ୍ନା କହିଛନ୍ତି, ‘ଏହି ଗୀତ ଏ ସମୟ ପାଇଁ ଜରୁରୀ । ଆମର ବର୍ତ୍ତମାନ ସ୍ଥିତି ପାଇଁ ଏକ ସମାଧାନ । ମୁଁ ଆଶା କରୁଛି ଆମେ ଏହି କଠିନ ସମୟରୁ ବାହାରିଯିବା । ପଜିଟିଭ୍‌ ଓ କ୍ରିଏଟିଭ୍‌ ବିଚାରରେ ନିଜର ଭଏସ୍‌ ଦେଇଥିବାରୁ ମୁଁ ଖୁସି ।’ ସୋନାକ୍ଷୀ କହିଛନ୍ତି, ‘ମୁଁ ସବୁ କଳାକାରଙ୍କୁ ଧନ୍ୟବାଦ ଦେଉଛି । ଏହି କଳାକାରମାନେ ପରସ୍ପରର ସହାୟତା କରିବା ଓ ଦୟାଳୁ ଭାବ ରଖିବା ପାଇଁ ପ୍ରେରିତ କରିଛନ୍ତି । ଆମେ ଏହି ସମୟରେ ଆର୍ଥିକ ମାନ୍ଦାବସ୍ଥା, ଆନ୍ତରିକ ସଂଘର୍ଷ ଭଳି ସମସ୍ୟା ଦେଇ ଗତି କରୁଛୁ ।’

Leave A Reply