Odisha news

ପଟ୍ଟାମୁଣ୍ଡାଇ ବଣିକ ସଂଘର କରୋନା ସଚେତନତା ..

0

ପଟ୍ଟାମୁଣ୍ଡାଇ ତା୩୦.୯- :  ସଂପ୍ରତି ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡିଛି । କରୋନା ଦୂର କରିବା ପାଇଁ କୌଣସି ଫଳପ୍ରଦ ଓøଷଧ, ଟୀକା ବାହାରିନଥିବାରୁ ସଚେତନତା ଓ ସତର୍କତା ଏକମାତ୍ର ବିକଳ୍ପ ଭାବେ ଦେଖା ଯାଇଛି ।

କରୋନା ଯୋଗୁଁ ପଟ୍ଟାମୁଣ୍ଡାଇ ଅଚଂଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ବହୁ ବ୍ୟବସାୟୀ ଓ ସାଧରାଣ ଲୋକ ଆକ୍ରାନ୍ତ ହେବା ସହିତ କେତେକ ମୃତୁ୍ୟବରଣ କରିବା ଦେଖା ଯାଇଛି । ସାଂପ୍ରତିକ ସଂକଟଜନକ ସ୍ଥିତିରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ରେଜିଷ୍ଟ୍ରାର ବଣିକ ସଂଘ ପଟ୍ଟାମୁଣ୍ଡାଇ ବଣିଜ ସଂଘ ଆଗେଇ ଆସିଛି ।

ବଣିକ ସଂଘ ସଭାପତି ଗୋପିନାଥ କର ଏକ ପ୍ରେସ ବିବୃତିରେ ସମସ୍ତ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଆମେ ସମସ୍ତେ ମିଳିତ ଭାବେ କରୋନାକୁ ହରାଇବାକୁ ସଂକଳ୍ପ ନେବା ଦରକାର । ସବୁ ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା କଡାକଡି ଭାବେ ପାଳନ କରିବା ଜରୁରୀ ହୋଇପଡିଛି । ଏଥି ସହିତ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ସମଗ୍ର ପଟ୍ଟାମୁଣ୍ଡାଇ ବଜାରକୁ ବିଶୋଧନ କରି କରୋନା ଲଢେଇକୁ ଜୋରଦାର କରିବାକୁ ନିବେଦନ କରିଛନ୍ତି । ଶେଷରେ ପଟ୍ଟାମୁଣ୍ଡାଇ ଅଚଂଳକୁ କରୋନାମୁକ୍ତ କରିବା ପାଇଁ ସମସ୍ତ ବ୍ୟବସାୟୀ, ଗ୍ରାହକ ଓ ପ୍ରଶାସନ ମିଳିତ ଭାବେ ଲଢେଇ କରି କରୋନା ଯୁଦ୍ଧରେ ବିଜୟୀ ହେବାକୁ ସଂଘ ସଭାପତି ଗୋପିନାଥ କର ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave A Reply