Odisha news

ଭାରତର ଉହାନ୍‌

0

ଚୀନ୍‌ର ଉହାନ୍‌ ସ୍ଥିତ ହୁଆନାନ୍‌ ସିଫୁଡ୍‌ ହୋଲସେଲ୍‌ ମାର୍କେଟ ଭଳି ଭାରତରେ ଏପରି ଅନେକ ‘େୱଟ୍‌ ମାର୍କେଟ୍‌’ ଅଛି ଯାହା ଆଗାମୀ ଦିନରେ ନୂଆ ନୂଆ ମହାମାରୀ ସୃଷ୍ଟି କରିବା ବିଚିତ୍ର ନୁହେଁ । ଭାରତ ଓ ଚୀନ୍‌ ସମେତ ଅନେକ ଦେଶରେ ଏପରି ମାର୍କେଟ୍‌ ଚାଲିଛି । େୱଟ୍‌ ମାର୍କେଟରେ ପଶୁମାନଙ୍କ ମାଂସକୁ ସତେଜ ରଖିବା ପାଇଁ ପାଣି ଓ ବରଫର ଉପଯୋଗ କରାଯାଏ । ପ୍ରାଣୀ କଲ୍ୟାଣ ଦିଗରେ କାମ କରୁଥିବା ସଂସ୍ଥା ‘ପେଟା’ ରିପୋର୍ଟରୁ ଜଣାଯାଏ ଏହି ମାର୍କେଟରେ କୁକୁଡ଼ା, ଠେକୁଆ, ମାଛ ଓ କୁକୁର ଆଦି ଜୀବନ୍ତ ମିଳିଥାନ୍ତି । ଭାରତରେ ଏପରି ଅନେକ ଜୀବିତ ପଶୁ ବଜାର ଓ ବନ୍ୟଜୀବ ମାଂସ ବଜାର ଅଛି ଯାହା କଞ୍ଚା ମାଂସ, ରୋଗିଣା ପଶୁରେ ଭରପୂର । ବିଶେଷଜ୍ଞଙ୍କ ମତରେ ଏଭଳି ବଜାର ଜୁନୋଟିକ୍‌ (ପଶୁଜନିତ ସଂକ୍ରାମକ) ରୋଗର ପ୍ରସାରର ପ୍ରକୃଷ୍ଟ କ୍ଷେତ୍ର ଯେଉଁଠାରୁ କରୋନା ଭଳି ଆଉ ଏକ ମହାମାରୀ ସୃଷ୍ଟି ହୋଇପାରେ । ଦିଲ୍ଲୀର ଗାଜିପୁର ମଣ୍ଡି, ପଶ୍ଚିମବଙ୍ଗର ମଲଞ୍ଚା ମାଛ ବଜାର, ନାଗାଲାଣ୍ଡର କୀରା ବଜାର ଓ ମାଓ କୁକୁର ମାଂସ ବଜାର, ମଣିପୁରସ୍ଥିତ ନୁଟେ ବଜାର ଭାରତର ସବୁଠୁ ଉଲ୍ଲେଖନୀୟେ ୱଟ୍‌ ମାର୍କେଟ୍‌ ଯାହା ଅତ୍ୟନ୍ତ ଅସ୍ୱାସ୍ଥ୍ୟପୀ ପରିବେଶରେ କାମ କରିଥାଏ । ଏଥିସହ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ୟୁପିର କିଛି ଇଲାକାରେ କଇଁଛ ମାଂସ ବିକ୍ରି ହେଉଛି । ପେଟା ଇଣ୍ଡିଆ ଏସବୁକୁ ବନ୍ଦ କରିବାକୁ ଆହ୍ୱାନ ଦେଇଛି କାରଣ ଏଭଳି ବଜାର ବନ୍ୟଜୀବ ସଂରକ୍ଷଣ ଅଧିନିୟମ, ପଶୁ କùରତା ନିବାରଣ ଅଧିନିୟମ, ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ, ୨୦୦୬ର ଉଲ୍ଲଂଘନ କରୁଛି ।

Leave A Reply