ନୟାଗଡ଼ : କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ନୟାଗଡ଼ ଜିଲ୍ଲାର ଚାନ୍ଦପୁର କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି । ନୟାଗଡ଼ ସର୍କିଟ୍ ହାଉସରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କୋଭିଡ୍ ସ୍ଥିତି ଓ ପ୍ରଶାସନିକ କାର୍ଯ୍ୟ ଉପରେ ଉପରେ ଆଲୋଚନା କରିଥିଲେ ।
ନୟାଗଡ଼ ଜିଲ୍ଲାରେ କୋଭିଡ୍ ସ୍ଥିତି ଗମ୍ଭୀର ରହିଥିବା ଆଲୋଚନା ହୋଇ ଆସୁଛି । ଜିଲ୍ଲାରେ ଠିକ୍ ଭାବେ କୋଭିଡ ନିୟନ୍ତ୍ରଣ ପାଇଁ ଅର୍ଡିସି ପ୍ରତି ମାସରେ ନୟାଗଡ଼ ଜିଲ୍ଲା ଗସ୍ତ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି । ଆକ୍ରାନ୍ତ ସଂଖ୍ୟାରେ କେତେ ପରିବର୍ତ୍ତନ ଆସିଛି ତାହା ଅନୁଧ୍ୟାନ କରିବା ସାଙ୍ଗକୁ କୋଭିଡ୍ ହସ୍ପିଟାଲରେ ରହିଥିବା ୩୫୦ ଟି ସାଧାରଣ ଶଯ୍ୟା, ୧୬ଟି ଆଇ.ସି.ୟୁ. ବେଡ୍ ଏବଂ ୧୬ଟି ଭେଣ୍ଟିଲେଟର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ ।
ବର୍ତ୍ତମାନ ସମୟରେ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଆଉ ୫୦ ଟି ଆଇ.ସି.ୟୁ. ବେଡ୍ ଓ ୫୦ ଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ଆର୍ଡିସି କହିଛନ୍ତି । କୋଭିଡ୍ରେ ପ୍ରାଣତ୍ୟାଗ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ କୋଭିଡ୍ ନିୟମ ଅନୁସାରେ ସଂସ୍କାର କରିବା, ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ ଉପରେ ଲୋକଙ୍କ ସଚେତନ କରିବା ଦିଗରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଡ. ୍ଣପାମା ଟୁଡ଼ୁ, ପିଡି ସୁବାସ ଚନ୍ଦ୍ର ରାୟ ଏବଂ ଡିପିଏମ ନିତ୍ୟରଂଜନ ବରାଳ ଆଦି ଉପସ୍ଥିତ ଥିଲେ ।