ଆବୁଧାବି,୨୯ା୯(ଏଜେନ୍ସି): ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ୍-୧୩ର ଏକାଦଶତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍ ପ୍ରଥମ ବ୍ୟାଟିଂ କରି ୧୬୨/୪ରନର ମର୍ଯ୍ୟାଦାଜନକ ସ୍କୋର କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଖବର ସୁଦ୍ଧା ପ୍ରଥମ ଓଭରର ୩/ ୧ରନ୍ ସଂଗ୍ରହ କରିଥିଲା । ପୃଥ୍ୱୀଶ ୨ରନ କରି ପାଭିଲିୟନ ଫେରିଥିବା ବେଳେ ଶିଖର ଧାୱନ୍ ୧ରନ୍ ଓ ଅଧିନାୟକ ଶ୍ରେୟାସ୍ ଆୟର ୧ରନ୍ କରି ଅପରାଜିତ ଥିଲେ । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲା । ହାଇଦ୍ରାବାଦ ପକ୍ଷରୁ ୱାର୍ଣ୍ଣର ୩୩ ବଏରୁ ୩ଟି ଚୌକା ଓ ୨ଟି ଛକା ମାରି ୪୫ରନ ସଂଗ୍ରହ କରିଥିଲେ । ଜନୀ ବେୟାରଷ୍ଟୋ ୪୮ ବଲରୁ ୫୩ରନ୍ କଂଗ୍ରହ କରିଥିଲେ । ମନିଷ ବାଣ୍ଡୋ ୩ ରନ କରି ପାଭିଲିୟନ୍ ଫେରିଥିଲେ । କେନ ୱିଲଇୟମସନ୍ ୪୧ ଓ ଅବଦୁଲ ଅହମ୍ମଦ ୧୨ରନ୍ ତଥା ଅଭିଶେକ ଶର୍ମା ୧ରନ କରିଥିଲେ । ବୋଲିଂରେ ଦିଲ୍ଲୀ କ୍ୟାପିଟାଲ୍ସର କାଗିସେ ରବାଡା ଓ ଅମିତ ମିଶ୍ରା ୨ଟି କରି ୱିକେଟ୍ ସଫଳତା ହାସଲ କରିଥିଲେ ।