ଦୁବାଇ, ୨୯ା୯(ଏଜେନ୍ସି): ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପର ଓଭରରେ ହରାଇଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚାଲେଞ୍ଜର୍ସ ନିର୍ଦ୍ଧାରିତ ଓଭରରେ ୨୦୧/୩ରନ୍
କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଇଶାନ୍ କିଷାନଙ୍କ ଧୂଆଁଧାର ୯୯ରନ୍ ସହାୟତାରେ ୨୦ ଓଭରରେ ୨୦୧/୫ରନ୍ କରି ମ୍ୟାଚ୍ ଟାଇ ରଖିଥିଲା। ତେବେ ସୁପର ଓଭର ମ୍ୟାଚରେ ବାଙ୍ଗାଲୋର ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପୂର୍ଣ୍ଣ ସଂଖ୍ୟକ ୨ ପଏଣ୍ଟ ଅର୍ଜନ କରିଛି। ଜମାଣିଆ ପ୍ରଦର୍ଶନ ପାଇଁ ଏବି ଡିଭିଲିୟର୍ସଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ୨୦୨ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ପାଇଁ ଆରମ୍ଭରୁ ଶଙ୍କଟ ପରିସ୍ଥିତି ଦେଖାଦେଇଥିଲା । କାରଣ ଭଲ ଲୟରେ ଥିବା ରୋହିତ ଶର୍ମା ମାତ୍ର ୮ରନ କରି ପାଭିଲିୟନ ଫେରିଯାଇଥିଲେ । ପରେ ପରେ କ୍ୱିଣ୍ଟନ ଡିକକ୍ ୧୪ରନ୍ ଓ ସୂର୍ଯ୍ୟକୁମାର ଯାଦବ ବିନା ସ୍କୋରରେ ପାଭିଲିୟନ ଫେରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୫ରନ୍ କରି ଆଡାମ୍ ଜାମ୍ପାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ହେଲେ ଇଶାନ୍ କିଷାନ୍ ଓ କିରଣ ପୋଲାର୍ଡ ମ୍ୟାଚର ମୋଡ ବଦଳାଇବାକୁ ସମର୍ଥ ହୋଇଥିଲେ । ପୋଲାର୍ଡ ୨୪ ବଲରୁ ୩ ଚୌକା ଓ ୫ ଛକା ମାରି ୬୦ରନ୍ ସଂଗ୍ରହ କରିଥିବା ବେଳେ ଇଶାନ କିଷାନଙ୍କ ଧମାକାଦାର ବ୍ୟାଟିଂ ବାଙ୍ଗାଲୋର ଶିବିରରେ କୋକୁଆ ଭୟ ସୃଷ୍ଟି କରିଥିଲା। ଇଶାନ୍ ୫୮ ବଲରୁ ୨ଟି ଚୌକା ଓ ୯ଟି ଛକା ମାରି ଅପରାଜିତ ୯୯ରନ କରିବାରୁ ମ୍ୟାଚ୍ ଟାଇ ହୋଇପାରି ଥିଲା । ବୋଲିଂରେ ଇସୁରୁ ଉଦାନା ୨ଟି, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ ଓ ଆଡମ ଜାମ୍ପା ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ ।
Next Post