Odisha news

ହାଟଡିହି ବ୍ଲକରେ ଦୁଇ ଦିନରେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୮୮ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

0

ହାଟଡିହି-୨୩/୯ ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁଣି ତାହା ସବୁ ସ୍ଥାନୀୟ ସଂକ୍ରମଣ । ଏବେ ପ୍ରତିଗାଁରେ ଘରେଘରେ ଥଣ୍ଡା, ଜ୍ୱର ଲାଗି ରହୁଥିବାରୁ ଯଦି ରୋଗୀ ମାନଙ୍କ ସ୍ୱାବଟେଷ୍ଟ କରାଯାଏ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

ଗତକାଲି ବ୍ଲକରେ ମୋଟ ୮ଜଣ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଅକରୁଆରୁ ଜଣେ, ବାଲିବରେଇରୁ ୪ଜଣ, ଜମ୍ଭୀରାରୁ ୨ଜଣ, ମରୈଗାଁରୁ ଜଣେ, ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୮ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply