କେତେବେଳେ କାହା ସହ ପ୍ରେମ ହୋଇପାରେ । ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ । ୟୁକେର ଚେଶାୟରରେ ରହୁଥିବା କ୍ଲାଇବ୍ ବ୍ଲଣ୍ଡନ ଅନେକ ବର୍ଷ ପୂର୍ବରୁ ସ୍ତ୍ରୀକୁ ଡିଭୋର୍ସ ଦେଇଥିଲେ । ସ୍ତ୍ରୀଠୁ ଅଲଗା ହେବାର ୪ ବର୍ଷ ପରେ ଶାଶୁଙ୍କୁ ଡେଟ୍ କଲେ । ଏହାପରେ ଦୁହେଁ ୩୦ ବର୍ଷ ଏକାଠି ରହିଲେ । ବ୍ଲଣ୍ଡନ ୧୯୭୭ରେ ବାହା ହୋଇଥିଲେ । ସମ୍ପର୍କରେ ତିକ୍ତତା ବଢ଼ିବା ଯୋଗୁ ୧୯୮୫ରେ ଡିଭୋର୍ସ ହୋଇଥିଲା । ତାଙ୍କର ଦୁଇଟି ସନ୍ତାନ ଥିଲେ । ପରେ ସେ ୧୯୯୭ରେ ଶାଶୁଙ୍କୁ ବାହା ହୋଇଥିଲେ । ୨୦୦୭ରେ ଦମ୍ପତି ବାହାଘରକୁ ପଞ୍ଜୀକରଣ କରିଥିଲେ । ଏତେ ବର୍ଷ ପରେ ବି ଦୁହେଁ ବେଶ୍ ଖୁସି ଅଛନ୍ତି ।