ଜେସିଣ୍ଡା ଅର୍ଡର୍ନ ନୁ୍ୟଜିଲାଣ୍ଡର ପ୍ରଧାନମନ୍ତ୍ରୀ । ଅନେକ ଦିନ ହେବ ଦେଶରେ କରୋନାର ନୂଆ ମାମଲା ନ ଆସିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ । ଲୋକଙ୍କ ମଧ୍ୟରେ ସେଲ୍ଫି ଉଠାଇବା ପାଇଁ ଜେସିଣ୍ଡା ଜଣାଶୁଣା । ଏବେ ଏକ ସେଲ୍ଫି ପାଇଁ ତାଙ୍କୁ ଭୁଲ୍ ମାଗିବାକୁ ପଡ଼ିଛି । ସେ ପାମରଷ୍ଟନ୍ ନର୍ଥ ଟୁର୍ରେ ଥିଲେ । ଏହି ସମୟରେ କିଛି ଲୋକ ତାଙ୍କ ସହ ସେଲ୍ଫି ନେବାକୁ ଆସିଥିଲେ । ହେଲେ କରୋନାକୁ ଦୃଷ୍ଟିରେ ରଖି ସେ ଉଚିତ ଦୂରତା ରକ୍ଷା କରି ନ ଥିଲେ । ଏକଥା ଲୋକଙ୍କୁ ଖରାପ ଲାଗିଥିଲା । ଜେସିଣ୍ଡା ତାଙ୍କ ଭୁଲ୍ ଜାଣିବା ପରେ ଭୁଲ୍ ମାଗି କହିଥିଲେ, ‘ସେ ଫଟୋରେ ମୁଁ ଭୁଲ୍ କରିଛି । ମୋତେ ଆଗକୁ ଯିବାର ଥିଲା ନଚେତ୍ ସେମାନେ ଦୂରରେ ରହିବାକୁ କହିବା ଉଚିତ ଥିଲା । ଅନେକ ସମୟରେ ମୁଁ ଲୋକଙ୍କ ସହ ହାତ ମିଳାଇବାକୁ ମନା କରିଛି ।’