Odisha news

ଭଞ୍ଜନଗର : ସାପ କାମୁଡାରେ ନାବାଳିକାର ମୃତ୍ୟୁ

0

ଭଞ୍ଜନଗର,୨୩/୯- ସାପ କାମୁଡାରେ ନାବାଳିକାର ମୃତ୍ୟୁ । ଏଭଳି ଏକ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଘଟିଛି । ଗ୍ରାମର ସୁର ଗୌଡଙ୍କ ଝିଅ ଲକ୍ଷ୍ମୀ ଗୌଡ(୧୬) ମଙ୍ଗଳବାର ରାତିରେ ପରିବାର ଲୋକଙ୍କ ସହ ମିଶି ଖାଇପିଇ ସାରି ଶୋଇଯାଇଥିଲେ । ପରେ ରାତି ପାଖାପାଖି ୩ଟା ବେଳେ ସେ ଏକ ଉଠିଥିବାବେଳେ ତାଙ୍କର ମୁଣ୍ଡ ଘୁରାଇବାସହ ସେ ଆକସ୍ମିକଭାବେ ଅସୁସ୍ଥ ଅନୁଭବ କରିଥିଲେ । ଏକଥା ସେ ପରିବାର ଲୋକଙ୍କୁ କହିବାପରେ ଘରେ ଏହାକୁ ଗୁରୁତର ସହ ନିଆଯାଇ ତୁରନ୍ତ ଲକ୍ଷ୍ମୀକୁ ଭଞ୍ଜନଗର ମେଡିକାଲକୁ ଆଣି ଭର୍ତ୍ତି କରାଯାଇଥିଲା ।

ଆଉ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳ ସାଢେ ୮ଟାରେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ସୁଚନା ପ୍ରକାରେ ଲକ୍ଷ୍ମୀକୁ କୌଣସି ବିଷାକ୍ତ ସାପ କାମୁଡି ଦେଇଥିବାରୁ ତାର ଦେହ ସାରା ବିଷ ସଂଚରି ଯାଇଥିଲା । ତେବେ ସମସ୍ତ ଚେଷ୍ଟା ସତ୍ୱେ ତାକୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ । ଅନ୍ୟପକ୍ଷରେ ଲକ୍ଷ୍ମୀଙ୍କ ମୃତ୍ୟୁ ସଂପର୍କରେ ସୁୁଚନା ପାଇ ସ୍ଥାନୀୟ ପୁଲିସ ମେଡିକାଲରେ ଶବକୁ ଜବତ କରିବାସହ ୫୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।

Leave A Reply