Odisha news

ଜାତୀୟ ରାଜପଥ ସୋରର ଦୁଇଗୋଟି ପୋଲର ପ୍ରଶସ୍ତିକରଣ କୁ ଅର୍ଥ ମଂଜୁର

0

ସୋର,୨୩/୯-୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣରେ ସୋରରେ ଦୁଇଗୋଟି ଗଳାପୋଲ କୁ ଓସାର କରାଯିବା ସହିତ ଥାନା ଛକ ନିକଟରେ ଏକ ଗଳାପୋଲ କରାଯିବା ସହିତ ବାହାନଗା ଠାରେ ଥିବା ମ୍ମ ଏହି ଅଣଓସାରିଆ ପୋଲକୁ ମ୍ମ ଓସାର କରାଯିବା ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି ।

ଏବାବଦରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଚିଠି ନମ୍ବର ଏନଏଚଆଇ-ଇ‘ାଇଲ ୨୪୧୫୨ତା ୧୭.୯.୨୦୨୦ରେ ଓଡ଼ିଶାର ମୁଖ୍ୟ ସାଧାରଣ ପ୍ରବନ୍ଧକ ଓ ଆଂଚଳିକ ଅଧିକାରୀ ଙ୍କୁ ଜଣାଇଛନ୍ତି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଏ ବାବଦରେ ବଡ଼ଖୁରୀଛକ ନିକଟରେ ହେବାକୁଥିବା ଏହି ଗଳାପୋଲରେ ୭.୦୧ କୋଟି ଟଙ୍କା ବ୍ୟୟବରାଦ କରାଯିବାପାଇଁ ଏହି ଚିିଠିରେ ଉଳ୍ଲେଖ କରାଯାଇଥିଲାବେଳେ ଉତରେଶ୍ୱର ପୋଲନିର୍ମାଣ ପାଇଁ ୧୫.୮୮ କୋଟି ଓ କଲେଜଛକ ନିକଟରେ ପୋଲର ପ୍ରଶସ୍ତିକରଣ ପାଇଁ ୧୦.୫୨ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ।

ଜାତୀୟ ରାଜପଥ ୧୬ ନମ୍ବର ୪ଲେନ କରାଯିବା ସମୟରେ ଦୂରଦୃଷ୍ଟି ଅଭାବ ରଖି ସୋରର ମୁଖ୍ୟ ପ୍ରବେଶ ପଥ ଉତରେଶ୍ୱର ରେ ପୋଲଟିକୁ ସଙ୍କୀର୍ଣ୍ଣ କରିଦିଆଯାଇଥିଲା । ଏହି ପୋଲି ନିର୍ମାଣ ସମୟରେ ସୋରବାସୀଙ୍କ ପକ୍ଷରୁ ବହୁ ବିରୋଧ କରାଯାଇଥିଲେ ମ୍ମ ଜାତୀୟରାଜପଥ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇନଥିଲେ । ଏପରିକି ସୋରବାସୀଙ୍କର ବିଶ୍ୱାସ ସହିତ ଖେଳ ଖେଳି ଏହି ମୁଖ୍ୟ ରାସ୍ତାର ପୋଲଟିକୁ ସଂକୀର୍ଣ୍ଣ କରିଦିଆଯିବା ଦ୍ୱାରା ସବୁ ସମୟରେ ଟ୍ରା‘ିକ ଜାମ ରହିବା ସହିତ ବିଭିନ୍ନ ସମୟରେ ନାନାପ୍ରକାର ଦୁର୍ଘଟଣାମାନ ଘଟିବାକୁ ଲାଗିଲା । ଦୀର୍ଘଦିନର ଦାବି ତଥା ଏହି ପୋଲର ସଂକୀର୍ଣ୍ଣତା ଯୋଗୁଁ ସୋରବାସୀ ଭୋଗୁଥିବା ବହୁ ଅସୁବିଧାର ବାସ୍ତବତାକୁ ସୋରର ବିଧାୟକ ପର୍ଶୁରାମ ଧଡ଼ା ଉପଲବ୍ଧô କରିଥିôଲେ ।

ସମାନସ୍ଥିତି ମ୍ମ ଉପୁଜିଛି କଲେଜ ଛକ ନିକଟରେ ହୋଇଥିବା ପୋଲରେ । ଏଠି ମ୍ମ ସଂକୀର୍ଣ୍ଣତା ଯୋଗୁଁ ଯାତାୟତରେ ଘୋର ବାଧା ଉପୁଜୁଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ୁଛି । ଏତଦବ୍ୟତିତ ସୋର ଥାନା ଛକ ନିକଟରେ ଏକ ଗଳାପୋଲର ଯଥେଷ୍ଟ ଆବଶ୍ୟକତା ଥିବାର ଲୋକମାନଙ୍କ ପକ୍ଷରୁ ହୋଇଥିବା ଦାବିକୁ ବିଧାୟକ ଶ୍ରୀ ଧଡ଼ା ଗ୍ରହଣ କରିଥିଲେ । ଏହି ସଂକୀଣ୍ଣ ମୁଖ୍ୟପୋଲ ଦୁଇଟିକୁ ପ୍ରଶସ୍ତ କରାଇବା ସହିତ ବଡ଼ଖୁରୀ ଛକ ନିକଟରେ ଏକ ଗଳାପୋଲ କରିବା ପାଇଁ ବିଧାୟକ ଶ୍ରୀ ଧଡ଼ା ଭଦ୍ରକ ଲୋକସଭା ସାଂସଦ ମଂଜୁଲତା ମଣ୍ଡଳ ଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ଜିଲ୍ଲାପାଳ ଓ ରାଜମାର୍ଗ ପ୍ରାଧିକରଣ ଅଧିକାରୀ ଙ୍କୁ ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇ ୭.୧୨.୧୯ ଓ ୨୧.୨.୨୦ ରିଖରେ ଏହି ସମସ୍ୟା କୁ ପ୍ରତ୍ୟକ୍ଷ ଭାବରେ ବୁଲାଇ ଦେଖାଇଥିଲେ ।

ସାଂସଦ ଶ୍ରୀମତୀ ମଣ୍ଡଳ ମ୍ମ ପୋଲର ପ୍ରଶସ୍ତିକରଣ ହେବାର ଆବଶ୍ୟକତାର ଅବଗତ ହୋଇ କେନ୍ଦ୍ର ସରକାର ଙ୍କ ନିକଟରେ ଚାପ ପକାଇଥିବାରୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପୋଲ ପ୍ରଶସ୍ତି କରଣ ତଥା ନୂତନ ଗଳାପୋଲ ନିର୍ମାଣ କରିବାକୁ ଅର୍ଥ ମଂଜୁର କରିଛନ୍ତି । ଦୀର୍ଘଦିନର ସୋରବାସୀ ଙ୍କର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ସୋର ବିଧାୟକ ପର୍ଶୁରାମ ଧଡ଼ା ଙ୍କୁ ସୋରବାସୀ ଙ୍କ ତର‘ରୁ ବ୍ଲକ ବିଜେଡ଼ି ସଭାପତି କମଳାକାନ୍ତ ଘଡ଼େଇ ଓ ଟାଉନ ସଭାପତି ସୁକାନ୍ତ ମିଶ୍ର କୃତଞ୍ଜତା ଞ୍ଜାପନ କରିଛନ୍ତି ।

Leave A Reply