ଭଦ୍ରକ,୨୩ ।୦୯ :ଭଦ୍ରକ ଜିଲ୍ଳା ତଥା ସଂସଦୀୟକ୍ଷେତ୍ରରେ ଅବସ୍ଥିତ ଭାରତଛାଡ ଆନ୍ଦୋଳନର ପୃଷ୍ଠଭୂମି ତଥା ଭାରତବର୍ଷର ୨ୟ ଜାଲିଓ୍ୱାନାବାଗ ଅବସ୍ଥିତ ରକ୍ତତୀର୍ଥ ଇରମ କୁ କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ସହ ଏହାର ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ ପାଇଁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ସଂସଦରେ ଦାବି କରିଛନ୍ତି । ସଂସଦର ଆଜି ଶୂନ୍ୟାକଳରେ ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଅବିଭକ୍ତ ବାଲେଶ୍ୱର ଓ ବର୍ତ୍ତମାନର ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକ ଅଧିନରେ ଥିବା ୨ୟ ଜାଲିଓ୍ୱାନାବାଗ ରକ୍ତତୀର୍ଥ ଇରମର ସାମୁହୀକ ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି ।
୧୯୪୨ମସିହା ସେପଟେମ୍ବର ମାସ ୨୮ତାରିଖରେ ଏହି ଇରମ ଠାରେ ବ୍ରିଟିଶ ଫୌଜଙ୍କ ଗୁଳିରେ ୨୯ଜଣ ଶହୀଦ ହୋଇଥିଲେ ଓ ୫୬ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ନାରୀ ସ୍ୱାଧୀନତା ସଂଗ୍ରାମୀ ପରି ବେଓ୍ୱା ରକ୍ତତୀର୍ଥ ଭାରତବର୍ଷ ସ୍ୱାଧୀନତା ଇତିହାସରେ ଏକ ଗୌରବମୟ ଅଧ୍ୟାୟ । ସାଂସଦ ଆହୁରି ଆହୁରି କହିଥିଲେ ଯେ, ଭାରତଛାଡରେ ଗୋଟିଏ ଥାନାରେ ଏତେ ସଂଖ୍ୟକ ମୃତ୍ୟìବରଣ କରିଥିବା ବ୍ୟକ୍ତିଙ୍କ ନଜିର ନାହିଁ । ଯେଉଁଥି ପାଇକି ରକ୍ତତୀର୍ଥ ଇରମ ଭାରତ ପ୍ରସିଦ୍ଧ । ଏହାର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ଭଳି ଏକ ଐତିହ୍ୟ ପୀଠ । ଏହି ଐତିହ୍ୟପୀଠର ଭିତ୍ତିଭୂମିର ବିକାଶ ପାଇଁ ଦାବି କରି ଆସୁଥିଲେ ହେଁ ଏଯାବତ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ ବୋଲି ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।