Odisha news

ଚୋରା ଦେଶୀ ମଦ ବେପାରୀକୁ ଧରି ପୋଲିସର ଜିମା ଦେଲେ ଲୋକେ

0

ତିହିଡି,୨୩/୦୯(jadumani Panigrahi) : ତିହିଡି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଉଭୟ ଦେଶୀ ଓ ବିଦେଶୀ ମଦର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ମଦ ବେପାରୀ ମାନେ ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ବିଭିନ୍ନ ଛକ, ବଜାର ଓ ଗାଁ ଗହଳିରେ ନିଜ ରିସ୍କରେ ମଦ ପହଞ୍ଚାଇ ଦେଉଥିବା ବେଳେ ସେସବୁ ସ୍ଥାନରେ ଖୁଲମଖୋଲା ମଦ ବିକ୍ରୀ ହେଉଥିବା ଜଣାଯାଇଛି । ଏହି କ୍ରମରେ ଆଜି ଭୋର୍ ସମୟରେ ଅଲ୍ଲୀନଗର ଅଞ୍ଚଳର ଗୋରା ଖାନ୍ ନାମକ ଜଣେ ଚୋରା ମଦ ବେପାରୀ ନିଜ ବାଇକ୍ ନଂ-ଓଡି୨୨ବି-୫୬୫୨ରେ ୯ ପେଟି ଦେଶୀ ମଦ ନେଇ ଚାନ୍ଦବାଲି ଆଡକୁ ଯାଉଥିବା ବେଳେ କୋହ୍ଲ ଚକବନ୍ଦୀ ଛକ ନିକଟରେ ବଜରଙ୍ଗଦଳର କର୍ମୀ ଓ ସ୍ଥାନୀୟ କେତେକ ମହିଳା ତାଙ୍କୁ ଅଟକାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ଲୋକେ ସଂପୃକ୍ତ ମଦ ବେପାରୀ ଓ ତାଙ୍କ ଠାରୁ ଜବତ ମଦକୁ ନେଇ ତିହିଡି ଥାନାକୁ ଆସିଥିଲେ । ସେଠାରେ ମହିଳା ମାନେ ମଦ ବୋତଲ ଗୁଡିକୁ ତଳେ କଚାଡି ଭାଙ୍ଗି ଦେଇ ଥିଲେ । ପୋଲିସ ମାତ୍ର ୨୪ ବୋତଲ ମଦ ଜବତ କରିବା ସହ ମଦ ବେପାରୀ ଗୋରା ଖାନ୍ଙ୍କ ନାଁରେ ଏକ ମାମଲା ନଂ-୩୭୬/୨୦ ରୁଜୁ କରି ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।

Leave A Reply