ଡେରାବିଶ ୧୭/୯ – ମହାମାରୀ କରୋନାକୁ ଚେକ୍ ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଭାବେ ପ୍ରତି ପଂଚାୟତରେ ଦ୍ୱିତୀୟ ପର୍ଯ୍ୟାୟ ଆଂଟିଜେନ୍ ଟେଷ୍ଟ ଶିବିରମାନ ଆୟୋଜନ କରାଯାଉଛି । ଏହି କ୍ରମରେ ଗତକାଲି ମୁକୁନ୍ଦପୁର ପଂଚାୟତ ତରଫରୁ ଗିରିଗୋଲା ଓ ପଡ଼ୋଶୀ ଯଅଁରାବାରିମୂଳ ପଂଚାୟତର ଅର୍ତାମୂଳରେ ଆଂଟିଜେନ୍ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୋଟ ୩୩୦ ଜଣଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିବା ବେଳେ ଏଥିମଧ୍ୟରୁ ୯ ଜଣଙ୍କ ପଜେଟିଭ୍ ରିପୋର୍ଟ ଆସିଥିଲା ।
୯ ଜଣଙ୍କ ମଧ୍ୟରୁ ୭ ଜଣ ମୁକୁନ୍ଦପୁର ପଂଚାୟତର ହୋଇଥିବା ବେଳେ ଦୁଇଜଣ ବସପୁର ପଂଚାୟତର ବୋଲି ଜଣାପଡ଼ିଛି । ସେମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ସେହିପରି ଆଜି ଦାନପୁର ପଂଚାୟତ ଅନ୍ତର୍ଗତ ଦାନପୁର ବିଦ୍ୟାଳୟରେ ଆୟୋଜିତ ଆଂଟିଜେନ୍ ଟେଷ୍ଟ ଶିବିରରେ ସନ୍ଧ୍ୟାସୁଦ୍ଧା ୩୪୫ ଜଣଙ୍କର ସ୍ୱବ୍ ସଂଗ୍ରହ କରାଯାଇଥିବା ସରପଂଚ ବିଭୁଦେନ୍ଦୁ ପଣ୍ଡା ପ୍ରକାଶ କରିଛନ୍ତି ।