ଡେଲାଙ୍ଗ -ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଓଜନ ଦିବସ ପାଳିତ ହୋଇଯାଇଛି । ପରିବେଶ ପ୍ରେମୀ ବିଶ୍ୱ ଓଜନ ଦିବସର ଆୟୋଜକ ମିଟୁ କିଶୋର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଓଜନ ସ୍ତରରେ ସୃଷ୍ଟି ହୋଇଥିବା ଛିଦ୍ର ଏବେ ବିଶ୍ୱ ତଥା ଜୀବଜଗତକୁ ବିପଦ ଆଡକୁ ଗତି କରୁଥିବା ନେଇ ଦେଶର ବୈଜ୍ଞାନିକ ମାନେ ମତକୁ ଶ୍ରୀ ପ୍ରଧାନ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ ।
ସେହିପରି ପକୃତିମିତ୍ର ପୁରଷ୍କାର ପ୍ରାପ୍ତ ତଥା ପ୍ରକୃତିବନ୍ଧୁ ବିଶ୍ୱଜିତି ପରିଡା କୁହନ୍ତି ଆବଶ୍ୟକତା ନଥାଇ ମଟରସାଇକେଲ ବ୍ୟବହାର କରି ପରିବେଶ ଦୁଷିତ କରୁଛନ୍ତି । ସାଇକେଲ ଚଳାଇବା ଉପରେ ଗୁରୁତ୍ୱ ଦେଲେ ପୃଥିବୀରୁ ଅଙ୍ଗାରକାମ୍ଳ ଗ୍ୟାସ ରୋକିବାରେ ସହାୟକ ହୋଇ ପାରିବ ବୋଲି ସେ ମତ ରଖିଥଲେ ।
ଏ ବିପଦରୁ ରକ୍ଷା ପାଇବାକୁ ହେଲେ ବୃକ୍ଷ ରୋପଣ କରିବା ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିରଞ୍ଚି ନାରାୟଣ ବରାଳ, ମଞ୍ଜୁଲତା ପ୍ରଧାନ, ପୁରୁଷେୋତ୍ତମ ନାୟକଙ୍କ ସହିତ ବିଦ୍ୟାଳୟର ପୁରାତନ ଛାତ୍ର ମାନେ ଯୋଗ ଦେଇ ନିଜସ୍ୱ ମତ ରଖିଛନ୍ତି । ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେଇଥିଲେ ।