ବେଲଗୁଣ୍ଠା-୧୭/୯-ବେଲଗୁଣ୍ଠା ସହରର ପୁରୁଖା ରାଜନୀତିଜ୍ଞ ତଥା ରାଜନେତା,ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା,ସହରର ପୁର୍ବତନ ନଗରପାଳ ଘନଶ୍ୟାମ ସାହୁଙ୍କ ଆଜି ଦିନ ୧୧ ଘଣ୍ଟା ସମୟରେ ଗୋପିନାଥ ସାହିସ୍ଥିତ ବାସଭବନରେ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।ବେଲଗୁଣ୍ଠା ପଞ୍ଚାୟତ ଥିବା ସମୟରୁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଆସୁଥିଲେ ଶ୍ରୀ ସାହୁ ।୧୯୭୪ ମସିହାରେ ଏନ୍.ଏ.ସି ଗଠନ ପରେ ପ୍ରଥମ ନଗରପାଳ ଭାବରେ ଦାୟିତ୍ୱ ନେଇ ବେଲଗୁଣ୍ଠାର ବହୁମୁଖୀ ବିକାଶର କର୍ଣ୍ଣଧାର ସାଜିଥିଲେ ।ସେ ଦୁଇଥର ନଗରପାଳ ଦାୟିତ୍ୱରେ ଥିବା ସମୟରେ ବେଲଗୁଣ୍ଠା ଜନସାଧାରଣ ପାଇଁ ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ରାସ୍ତା ଘାଟ ନିର୍ମାଣ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ତିଆରି କରିବା ତଥା ଅନ୍ୟାନ୍ୟ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରିୟପାତ୍ର ହୋଇଥିଲେ ।ତା ସହ ବହୁ ମନ୍ଦିର ଓ ଧର୍ମାନୁଷ୍ଠାନ ସହ ଜଡିତ ରହି ସେଗୁଡିକର ବହୁବିଧ ବିକାଶ କରାଇଥିଲେ ।
ସକ୍ରିୟ ରାଜନୀତିଜ୍ଞ ତଥା ଜନନେତା ଭାବରେ ଚିରପରିଚିତ ତଥା ପୂର୍ବତନ ଉପନଗରପାଳ ପ୍ରଶାନ୍ତ ସାହୁଙ୍କ ପିତା ସ୍ୱର୍ଗତ ସାହୁ ବେଲଗୁଣ୍ଠା ସହରର ବହୁ ନେତା ତିଆରି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଓଡ଼ିଶାର ସଂସଦୀୟ ବ୍ୟାପାର ଓ ଜଙ୍ଗଲ ପରିବେଶ ବମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ମଧ୍ୟ ରାଜନୈତିକ ଉପଦେଷ୍ଟା ଭାବରେ ପରିଚିତ ଥିଲେ ।ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଓ ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ କରିବାରେ ଏକ ଅଗ୍ରଣୀ ଭୁମିକା ଗ୍ରହଣ କରିବା ସହ ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟର ୧୯୯୩ ମସିହା ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ।ତାଙ୍କ ମୃତ୍ୟୁରେ ମନ୍ତ୍ରୀ ଶ୍ରୀ ଆରୁଖ ଓ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସୁବାସିନୀ, ପୁଅ ପରଂବ୍ରହ୍ମ, ପ୍ରଦ୍ୟୁମ୍ନ,ପ୍ରଶାନ୍ତ,ପ୍ରଦୀପ,ପ୍
ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟାଳୟଠାରେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ସେ ଜଣେ ରାଜନେତା ହେବା ସହ ମିଷ୍ଠଭାଷୀ,ପରୋପକାରୀ,ଧର୍ମପରାୟଣ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ତଥା ଆଖପାଖ ଅଞ୍ଚଳର ଗଭୀର ଶୋକର ଛାୟା ଖେଳିଯାଇଛି ।ବେଲଗୁଣ୍ଠା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ପ୍ରଦ୍ୟୁମ୍ନ ମୁଖାଗ୍ନି ଦେଇଥିଲେ ।