Odisha news

କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅକାଳ ବିୟୋଗ

0

କେନ୍ଦ୍ରାପଡା (Rabindra Dash)-କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଅନାମବନ୍ଧୁ ଧଳଙ୍କ ଗତ କାଲି ବିଳମ୍ବିତ ରାତିରେ ହୃଦଘାତ୍ରେ ପରଲୋକ ଘଟିଛି । ଗତ ୪ ଦିନ ହେଲା ସେ ଜ୍ୱର ରେ ପିଡୀତ ଥିଲେ । ଡାକ୍ତରଙ୍କ ଚିକିସôାରେ ସେ ନିଜ ସରକାରୀ ବାସ ଭବନରେ ରହି ଚିକିସôିତ ହେଉଥିଲେ । ତେବେ ଗତ କାଲି ରାତି ପ୍ରାୟ ରାତି ୧୨ଟା ସମୟରେ କାଶ ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟ ବେଳକୁ ତାଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମମତା ରାଣୀ ଧଳ ଓ ସଂପର୍କୀୟ ମାନେ ଉପସ୍ଥିତ ଥିଲେ ।

ତାଙ୍କ ମରଶରୀରକୁ ଆଜି କେନ୍ଦ୍ରାପଡା ସହର ପରିକ୍ରମା କରାଯିବା ସହିତ କେନ୍ଦ୍ରାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରକୁ ଅଣା ଯାଇଥିଲା । ସେଠାରେ ବିଡିଓଙ୍କ ସମେତ ବ୍ଲକ୍ କର୍ମଚାରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ପରେ କେନ୍ଦ୍ରାପଡା ବ୍ଲକ୍ ଅର୍ନ୍ତଗତ ଗାଙ୍ଗପଡାସ୍ଥ ନିଜ ଘରକୁ ନିଆଯିବା ସହ ଗ୍ରାମ ମଶାଣୀରେ ଶେଷକୃତ୍ୟ କାରାଯାଇଛି । ଅନାମ ଜଣେ ମିଷ୍ଟଭାଷୀ , ସ୍ନେହୀ , ପରୋପକାରୀ , ଦରଦୀ ଓ ଗରୀବ ମାନଙ୍କ ବନ୍ଧୁ ତଥା ରାଜ ନେତା ଥିଲେ । ଅନାମଙ୍କ ବିୟୋଗରେ ସମଗ୍ର କେନ୍ଦ୍ରାପଡାରେ ଶୋକର ଛାୟା ଖେଳିଯାଇଛି ।

Leave A Reply