Odisha news

ବିଚିତ୍ର ବ୍ୟବସ୍ଥା : ଗଛ ଲଗାଉଛି ବନ ବିଭାଗ ଡାଳ କାଟୁଛି ବିଦ୍ୟୁତ୍ ବିଭାଗ

0

ବୁଗୁଡ଼ା :-୧୬/୯ ବିଚିତ୍ର ଗଛ ଲଗାଇବା ଓ କାଟିବା ବ୍ୟବସ୍ଥା। ଲଗାଉଛି ବନବିଭାଗ କାଟୁଛି ବିଦ୍ୟୁତ୍ ବିଭାଗ। ସାମାଜିକ ବନୀକରଣ ଓ ରାସ୍ତା ସୌନ୍ଦର୍ଯ୍ୟୀ କରଣ ପାଇଁ ବନ ବିଭାଗ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ରାସ୍ତା କଡରେ ବୃକ୍ଷରୋପଣ କରୁଥିବା ବେଳେ ବିଦ୍ୟୁତ ତାର ସ୍ପର୍ଶ ହେତୁ ବିଜୁଳି ବିଭାଗ ତାର ସୁବିଧାକୁ ନେଇ ଗଛ ଗୁଡ଼ିକର ଡାଳ ଗୁଡିକୁ କାଟି ଚାଲିଛନ୍ତି।

ଏହା ଦ୍ଵାରା ଏକ ମହାନ୍ ଉଦ୍ଧେଶ୍ୟରେ ପ୍ରଶ୍ନବାଚୀ ଆସୁଥିଲା ବେଳେ, ବୃକ୍ଷରୋପଣ ବେଳେ ବନ ବିଭାଗ ଓ ବିଦ୍ୟୁତ୍ ଲାଇନ୍ ଟାଣିଲା ବେଳେ ବିଦ୍ୟୁତ୍ ବିଭାଗଙ୍କ ଅଦୂର ଦର୍ଶିତା ଓ ସମନ୍ଵୟ ଅଭାବରୁ ଏଭଳି କ୍ଷତି କାରକ ସ୍ଥିତି ବାରମ୍ବାର ଉପୁଜିଥିବା ଆଲୋଚନା ହେଉଛି। ଏଥି ପୂର୍ବରୁ ରାସ୍ତା ପ୍ରଶସ୍ଥୀ କରଣ ବେଳେ କୋଟି କୋଟି ଟଙ୍କାର ରୋପିତ ବୃକ୍ଷକୁ କଟାଯାଇ ପୁଣି ରୋପଣ କରାଯିବା ଦ୍ଵାରା ବିଭାଗୀୟ ଅଦୂର ଦର୍ଶିତର ପରିଚୟ ବୋଲି ସମାଲୋଚନା ହେଉଛି।

Govt
Leave A Reply