ଆର,ଉଦୟଗିରି : ଦେଶର ସ୍ବାଧୀନତାର ୭୪ ପରେ ମଧ୍ୟ ଏକ ଗ୍ରାମରେ ଆଜି ପର୍ଯ୍ୟନ୍ତ ଲୋକେ ବିଦ୍ୟୁତ ଖୁୁଣ୍ଟ ପୋତାଯାଇ କେବଳ ପ୍ରତ୍ୟେକ ଘରେ ମିଟର ବସାଇ ଛାଡି ଦେଇଛନ୍ତି । ଏପରି କି ଗଜପତି ଜିଲ୍ଲାର ଆର,ଉଦୟଗିରି ଓ ନୁଆଗଡ ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି ଏଥିସହ ଗ୍ରାମରେ ବିଦ୍ୟୁତ ଯୋଗାଣ କରାଗଲେ ସମସ୍ତ କାମକୁ କାମ ଲୋକଙ୍କୁ ଦାୟତ୍ବ ନେଇଥିବା ଠିକା କମ୍ପାନି ବିନା ପରିସମରେ କାମ କରାଉଥିବା ଅଭିଯୋଗ ହେଉଛି ।
ଏହିପରି ଅଭିଯୋଗ ସୁଣିଲା ପରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତୀ ପଚାରିଲେ ତାଙ୍କର ଗୋଟିଏ ଉତ୍ତର ମିଳୁଛି ଆମପାରେ ସେହିପରି ଅଭିଯୋଗ ନାହିଁ ବୋଲି ସଫେଇଦିଅନ୍ତି । ସେହିପରି କିଛି ଗ୍ରାମରେ ଅଭିଯୋଗ ଯେ ବିନା ଟଙ୍କା ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯାଉନାହିଁ ଏ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଅଭିଯୋଗ ହେଉଛି । ଏହା ଉଦାହରଣ ଗଜପତି ଜିଲ୍ଲାର ନୁଆଗଡ ବ୍ଲକରେ ଦେଖାଦେଇଛି ।
ବ୍ଲକର ଟାଙ୍ଗିଆ ପଞ୍ଚୟତର ସନ୍ଦିସାହି ଏଲାସିଂ ଗ୍ରାମବାସୀ ବିଦ୍ୟୁତ ଆଲୋକ ଦେଖିନାହାନ୍ତି । କୌଣସି ଗ୍ରାମ ବିଦ୍ୟୁତ ସେବାରୁ ବଞ୍ଚିତ ହେବେ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରୀ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏବେ ବି ଲୋକେ ଅନ୍ଧାରରେ ବିଦ୍ୟୁତ ସମସ୍ୟା ନେଇ ଉକ୍ତ ଗ୍ରାମର ଅଧିବାସୀମାନେ ବହୁବାର ବିଭାଗୀୟ ଅଧିକାରୀମାନଙ୍କୁ ସାକ୍ଷାତ କରି ନିରାଶ ହେବାପରେ ଓ୍ବାର୍ଡମେମ୍ବର ୧୯. ୮.୧୮ ରେ ନୁଆଗଡ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ୧୯୦୮୨୦୧୯୧୨ ରେଜିଷ୍ଟାର ନମ୍ବର ମାଧ୍ୟମରେ ଅଭିଯୋଗ କରିଥିଲେ ଏକ ମାସ ମଧ୍ୟରେ ସମାଧାନ ହେବ ବୋଲି କହିଥିଲେ ।
କିନ୍ତୁ ହେଲା ନାହିଁ । ପୁଣି ନୁଆଗଡ ବ୍ଲକର ସମ୍ବଲପୁର ପଞ୍ଚୟତରେ ୧୮. ୧୧. ୧୯ ରେଜିଷ୍ଟର ନମ୍ବର ୧୮୧୧୨୦୧୯୦୫୮ ପ୍ରକାରେ ଜିଲ୍ଲାପାଳ ପୂନର୍ବାର ଅଭିଯୋଗ କରିଥିଲେ । ଗ୍ରାମଟି ପାହାଡର ପାଦଦେଶରେ ଥିବାରୁ ବର୍ଷା ଦିନେ ଜଙ୍ଗଲ ଜୀବଜନ୍ତୁ ଘରେ ପ୍ରବେଶ କରୁଥିବା ଅଭିଯୋଗ ହେଉଛି । ଡିବିରି ଜାଳିବା ପାଇଁ କିରୋସିନି ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ପାଠ ପଢି ପାରୁନାହାନ୍ତି । ଯଦି ତୁରନ୍ତ ସମସ୍ୟାର ସମାଧାନ ନ ହୁଏ ତାହାହେଲେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେବେ ବୋଲି ଓ୍ବାର୍ଡମେମ୍ବର ଓ ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଘଙ୍ଗାଗୌରି ପ୍ରସାଦ ପଟ୍ଟନାୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଏ କାମ ଏନ୍ଟିପିସି ବାଲା କରୁଥିଲେ ମୁଁ ସେମାନଙ୍କୁ ପଚାରି କହିବି ।
