Odisha news

ଦେଢ କୋଟି ଟଙ୍କାର କାମ ଦେଢ ମାସ ଗଲାନି : ବନ୍ୟା ଧୋଇନେଲା ଢଳେଇ ରାସ୍ତା

0

ଯାଜପୁରସଦର : ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତର ମଙ୍ଗରାଜପୁର ଗ୍ରାମ ଠାରୁ ଲଙ୍କା ବାଲିସାହି ଗ୍ରାମ ପର୍ଯ୍ୟନ୍ତ ଦେଢ କୋଟି ଟଙ୍କା ବିନିମୟରେ ପିଚୁ ଓ ଢଳେଇ ରାସ୍ତା ଦେଢ ମାସ ତଳେ ନିର୍ମାଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସଢକ ଯୋଜନା ଅନ୍ତର୍ଗତ ଏହି ଢଳେଇ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତଦାରଖରେ କରାଯାଇଥିଲା । ନିମ୍ନ ମାନର କାର୍ଯ୍ୟ ପାଇଁ ଏହି ଢଳେଇ ରାସ୍ତାକୁ ଚଳିତ ବନ୍ୟା ପାଣିରେ ଖଣ୍ଡ ଖଣ୍ଡ ହୋଇ ପାଣି ସୁଅରେ ଭାସି ଯାଇଥିଲା । ଏହାର ଦେର୍ଘ୍ୟ ଥିଲା ୩.୭ କି.ମି । ଏହି ରାସ୍ତା ନିର୍ମାଣ ପାଇଁ ୧୫୫.୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଏହି ଟଙ୍କାରେ ୨.୭୦ କି.ମି ପିଚୁ,୧କି.ମି ଢଳେଇ ରାସ୍ତା ଓ ମୋଟ ୪ଟି କଲଭର୍ଟ ନିର୍ମାଣ ହେବା ନେଇ ବ୍ୟବସ୍ଥା ରହିଥିଲା ।

ଏହି ରାସ୍ତା ନିର୍ମାଣ କରିବା ପାଇଁ ମାସନ୍ତୋଷୀ କନଷ୍ଟ୍ରକସନ ଠିକା ନେଇଥିଲା । ଏହି ରାସ୍ତା କାମ ଗତ ୨୦୧୯ ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହୋଇ ୨୦୨୦ ଜୁନ୍ ୨୧ ରେ କାର୍ଯ୍ୟ ଶେଷ କରିଥିଲା ସଂମ୍ପୃକ୍ତ ଠିକା ସଂସ୍ତା । କାର୍ଯ୍ୟ ସରିବାର କିଛି ସପ୍ତାହ ପରେ ଲଗାଣ ବର୍ଷାରେ ରାସ୍ତାରୁ ସିମେଂଟ ,ଗୋଡି ଉଠିଯାଇଥିଲା ଓ ଅବଶିଷ୍ଟ ଅଂଶ ଚଳିତ ବନ୍ୟାରେ ଖଣ୍ଡ ଖଣ୍ଡ ହୋଇ ରାସ୍ତାଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ମାଟି କାମ ଠିକ ସେ ହୋଇ ନଥିବାରୁ ଓ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ବର୍ଷା ଓ ବନ୍ୟାରେ ରାସ୍ତାଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ବୋଲି ଅଭିଯୋଗ ହୋଇଛି । ଏହି ରାସ୍ତାଟି ନଷ୍ଟ ହୋଇଯିବା ପରେ ମଙ୍ଗରାଜପୁର ରୁ ଲଙ୍କା ବାଲିସାହି ଯିବା ଆସିବା ରେ ଘୋର ଅସୁବିଧା ସୃଷ୍ଟି କରିଛି ଏପରିକି ପାଦରେ ଚାଲି ଯିବା ଆସିବା କରିବା ମଧ୍ୟ ସମ୍ଭବ ହେଉନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ ଏହି ରାସ୍ତାକୁ ନବୀକରଣ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବୀ ହୋଇଛି ।

Leave A Reply