ନୀଳଗିରି : ଆକାଶ ମେଘାଚ୍ଛନ୍ନ ରହି ଘଡ଼ଘଡ଼ି ମାରୁଥିବା ବେଳେ ଜଣେ ଛାତ୍ର ନିଜ ମୋବାଇଲ୍ର ଲାଉଡ଼୍ସ୍ପିକର ଦେଇ କଥା ହେଉଥିଲା । ହଠାତ୍ ମୋବାଇଲ ଚାର୍ଜ ହୋଇଯିବାରୁ ଛାତ୍ରଜଣଙ୍କ ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାରୁ ପ୍ରକାଶ ନୀଳଗିରି ଥାନା ନରସିଂହପୁର କଙ୍କାଳିସାହି ଗ୍ରାମର ବାସିନ୍ଦା ଗୋପବନ୍ଧୁ ସିଂ ଙ୍କର ପୁତ୍ର ସତ୍ୟ ରଂଜନ ମୋବାଇଲ୍ରେ କଥା ହେଉଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିବାରୁ ସତ୍ୟରଂଜନ ଆଘାତ ପାଇ ମୋବାଇଲ୍ଟିକୁ ତଳେ ପକାଇ ଦେଇ ସଂଜ୍ଞାହୀନ ହୋଇପଡ଼ିଥିଲା ।
ଘରଲୋକମାନେ ସତ୍ୟ ରଂଜନଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ଡାକ୍ତରଖାନାକୁ ଆଣିଥିବା ବେଳେ ସତ୍ୟ ରଂଜନ ବ୍ୟବହାର କରୁଥିବା ମୋବାଇଲ୍ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ଜଣାଯାଏ ।