ବାଲିଆପାଳ : ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଜନୈକା ଅସହାୟ ମହିଳା ଘରେ ଏକାକୀ ଥିବାର ସୁଯୋଗରେ ଗ୍ରାମର ଦୁଇଜଣ ଯୁବକ ଅସଦାଚରଣ କରିଥିବ ଅଭିଯୋଗ ହୋଇଛି । ଅଭିଯୋଗ ମୂତାବକ ବୋଳଂ ଗ୍ରାମର କନକଲତ ମାଝୀ(୪୫) (ଛଦ୍ମନାମ)ଙ୍କର କେହିନଥିବାରୁ ଗାଁ ପାଖରେ ଥିବା ଘରେ ସେ ଏକାକୀ ରହନ୍ତି ।
ଗତ ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ସେହି ଗ୍ରାମର ଜଗନ୍ନାଥ ମଲ୍ଲିକଙ୍କ ପୁଅ ସୁକାନ୍ତ ମଲ୍ଲିକ(ପେଟୁ)ଏବଂ ତାଙ୍କର ସାଙ୍ଗ ଶିବ ବେହେରା କନକଲତାଙ୍କ ଘରେ ପହଞ୍ଚô ତାଙ୍କୁ ଏଳୁଟିଆ ପାଇ ଜୋରଜବରଦସ୍ତ ଅସଦାଚରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ଏ ସଂପର୍କରେ କନକଲତା ସଂପର୍କିୟ ମାନଙ୍କୁ ଜଣାାଇବା ପରେ ସିଂଲାଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏନେଇ ସିଂଲାଥାନା କେଶ ନମ୍ବର ୧୪୫/୨୦ରେ ଏକ ମାମଲା ରୁଜ୍ଜୁ କରାଯାଇ ଦୁଇ ଅଭିଯୁକ୍ତ ସୁକାନ୍ତ ଏବଂ ଶିବଙ୍କୁ ଗିରଫ କରିଛି ।ଦୁଇଜଣଙ୍କର ଡାକ୍ତରୀ ପରୀକ୍ଷାପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।