Odisha news

ବେଦ ଓ କର୍ମକାଣ୍ଡର ବିଶିଷ୍ଟ ପ୍ରବକ୍ତା ଅନନ୍ତ ଦାଶଙ୍କ ସ୍ମୃତିଚାରଣ ସଭା

0

ତିହିଡି (ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗାଁର ବେଦ କର୍ମକାଣ୍ଡର ବିଶିଷ୍ଟ ପ୍ରବକ୍ତା, ବୈଦିକ ବିଚାରଧାରାର ମଣିଷ, ଅନେକଙ୍କ ମାର୍ଗଦର୍ଶକ ତଥା ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଅନନ୍ତ ପ୍ରସାଦ ଦାଶ(ବାବାଜୀ ନନା)ଙ୍କ ଦ୍ୱାଦଶାହ କ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସରପଞ୍ଚତଥା ସମାଜସେବୀ ଭଗବାନ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ରଘୁନାଥ ପାତ୍ର ସଭା ସଞ୍ଚାଳନ କରିଥିଲେ । ଏଥିରେ ପ୍ରାକ୍ତନ ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗଦେଇ ସ୍ୱର୍ଗତ ଦାଶ ଜଣେ ବେଦଶାସ୍ତ୍ର ନିପୁଣ ମଣିଷ ଥିଲେ ଓ ତାଙ୍କ ସରଳ ଓ ନିରାଡମ୍ବର ଜୀବନ ଶୈଳୀ ଅନେକଙ୍କୁ ପ୍ରଭାବିତ କରି ପାରୁଥିଲା ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁରେନ୍ଦ୍ର ନାୟକ, କବି ଭଗବାନ ପାଣିଗ୍ରାହୀ, ସାହିତି୍ୟକ ଯଦୁମଣି ପାଣିଗ୍ରାହୀ, କବି ଗୌରାଙ୍ଗ ନନ୍ଦ, ବରିଷ୍ଠ ଆଲୋଚକ ନିର୍ମଳ ସେନାପତି, ସମାଜସେବୀ ଅମୂଲ୍ୟ ସେନାପତି, ଶିକ୍ଷାବିତ ନିତ୍ୟାନନ୍ଦ ନାୟକ, ନୀଳମାଧବ ସେନାପତି, ରଘୁନାଥ ପଣ୍ଡା, ସମାଜସେବୀ ମନୋଜ ପାଣିଗ୍ରାହୀ, ଯୁବନେତା ସୀତାକାନ୍ତ ନାୟକ ଓ ଶିକ୍ଷକ ଗିରିଜା ରମଣ ଜେନା ପ୍ରମୁଖ ସ୍ୱର୍ଗତ ଦାଶଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ ମହାପାତ୍ର, ରାଜକିଶୋର ନାୟକ, ଯୁବନେତା ପ୍ରଦୀପ କୁମାର ବଳ, ନିରଞ୍ଜନ ଦାଶ, ବୁଦ୍ଧଦେବ ଜେନା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବାରିକ, ଯୁବନେତା ପ୍ରତାପ ଜେନା ଓ ଅମରେନ୍ଦ୍ର ଜେନାଙ୍କ ସମେତ ସ୍ୱର୍ଗତ ଦାଶଙ୍କ ଭଲ ପାଉଥିବା ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply