Odisha news

କୋବିଡ ପରିଚାଳନାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ

0

ଭଦ୍ରକ :ଭଦ୍ରକ ଜିଲ୍ଲାର କୋବିଡ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିିବ ମଧୁସୂଦନ ପାଢୀ ଜିଲ୍ଲାର କୋବିଡ ପରିଚାଳନା ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପାଢୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସୁବିଧା ନିମନ୍ତେ ସ୍ୱତନ୍ତ୍ର ଆମ୍ବୁଲାନ୍‍ସ ବ୍ୟବସ୍ଥା ଉପରେ ଗରୁତ୍ୱାରାପେ କରିଥିଲେ ।

କୋବିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସା, ଖାଇବା ପିଇବା, ଜିଲ୍ଳାରେ ହେଉଥିବା ସାମ୍ପୁଲ ସଂଗ୍ରହ ସମ୍ପର୍କରେ ପଚାରି ବୁଝିଥିଲେ । ଯେଉଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରବର୍ତ୍ତାଇବା ଓ ସଚେତନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ ।

ଯେପରି ଅଧିକରୁ ଅଧିକ ସଂଖ୍ୟାରେ ପ୍ଲାଜମା ସଂଗ୍ରହ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଳାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ୟାମଭକ୍ତ ମିଶ୍ର୍ର, ଜିଲ୍ଳାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ଏସ୍‍.କେ. ମହାରଣା, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ, ଡିପିଏମ୍‍ ସରିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶ୍ରୀ ପାଢୀ ଭଦ୍ରକ ମେଡିକାଲ ପରିଦର୍ଶନରେ ଯାଇଥିଲେ । ସେଠାରେ ଆଣ୍ଟିଜେନ କୋବିଡ଼ ଟେଷ୍ଟ କେନ୍ଦ୍ର ବୁଲି ଦେଖିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ

Leave A Reply