ସାଲେପୁର : ଭୀମଦାସପୁର ପଞ୍ଚାୟତରେ ଜଣେ ସରକାରୀ କର୍ମଚାରୀ ସମେତ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଆଜି ଏହି ପଞ୍ଚାୟତର ବୋଧସରା ଗ୍ରାମର ୫ନଂ ୱାର୍ଡକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜଣାଯାଇଛି ।
ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାସପୁର ପଞ୍ଚାୟତର ବୋଧସରା ଗ୍ରାମର ତଥା ମାହାଙ୍ଗା ବ୍ଲକ୍ରେ ଭି.ଏଲ୍.ଡବ୍ଲୁ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ଜଣକ ବୋଧସରା ଗ୍ରାମର ବାସୀନ୍ଦା ହୋଇଥିବାରୁ ଓ ନିୟମିତ ଗାଁରୁ ଅଫିସକୁ ଯିବା ଆସିବା ଓ ଉକ୍ତ ଗ୍ରାମର ବିିଭିନ୍ନ ଲୋକଙ୍କ ସହିତ ମିଳାମିଶା କରିଥିବାବେଳେ ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଉକ୍ତ ଗ୍ରାମର ଅନ୍ୟ ୪ଜଣଙ୍କ ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ସଂକ୍ରମଣକୁ ଆଖିଆଗରେ ରଖି ସରପଞ୍ଚ କିଶୋର ଚନ୍ଦ୍ର ନାୟକ ବୋଧସରା ୱାର୍ଡକୁ ୯ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ୍୍ ଘୋଷଣା କରିବାପାଇଁ ସାଲେପୁର ବିଡ଼ିଓ, ତହସିଲଦାର ଓ ଜପକୁଦ ଫାଣ୍ଡିରେ ଲିଖିତ ଭାବେ ଜଣାଇଥିବା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଉଦୟଭାନୁ ପ୍ରକାଶ କରିଛନ୍ତି ।
ସେହିପରି ଆଜି ସାଲେପୁର ବ୍ଲକ୍ର ୨୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ଟୁଇଟ୍ କରି ଜଣାଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ କିଛି ଦିନ ତଳେ ସାଲେପୁର ତହସିଲର ଅତିରିକ୍ତ ତହସିଲଦାର ସମେତ ଦୁଇଜଣ ମହିଳା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର, ଅନ୍ୟଜଣେ କଟକରେ ରହି ହୋମ୍ କ୍ୱାରେଣ୍ଟାଇନ୍ରେ ରହି ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଜଣେ ସାଲେପୁରରେ ତହସିଲ କ୍ୱାର୍ଟରେ ରହିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇନଥିବା ଅଭିଯୋଗ ହୋଇଛି ।