Odisha news

ପ୍ରତିମୂର୍ତ୍ତି ସ୍ଥାପନ ନେଇ ଜନ୍ମାମଟିରେ ମାଟି ମିଳୁନି ମହତାବଙ୍କୁ : ୨ବର୍ଷ ହେବା ୧୦ଲକ୍ଷଟଙ୍କାର ୧୦ଫୁଟର ବ୍ରୋଞ୍ଚ ପ୍ରତିମୂର୍ତ୍ତି ପଡି ରହିଛି

0

ଭଦ୍ରକ (ଉମାକଲ୍ୟାଣ ମହାପାତ୍ର):ପୂଜ୍ୟପୂଜାର ପରମ୍ପରା ସତରେ ଆଜି ମରିଯାଇଛି । ନଚେତ୍‍ ନିଜ ଜନ୍ମମାଟିରେ ଆଜି ଉକିଳକେଶରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜମିଟିଏ ୨ବର୍ଷ ହେବ ମିଳିନଥାନ୍ତା । ଏଭଳି ଦୁର୍ଭାଗ୍ୟଜନକ ଘଟଣା ଭଦ୍ରକ ଜିଲ୍ଲା ଆଗରପଡା ମାଟିର ପୁଅ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଉକିଳକେଶରୀ ଡ.ହରେକୃଷ୍ଣ ମହତାତବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନେଇ ଘଟିଛି । ୨ବର୍ଷ ହେବ ୧୦ଲକ୍ଷଟଙ୍କା (ବେସକରାରୀ ଚାନ୍ଦା)ରେ ନିର୍ମିତ ହୋଇଥିବା ମହତାବଙ୍କ ବ୍ରୋଞ୍ଚର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ତାଙ୍କ ଜନ୍ମମାଟିରେ ଜମି ମିଳୁନି । ପ୍ରକାଶ ଥାଉକି : ୨ବର୍ଷ ଧରି ଉକିଳକେଶରୀ ମହତାବ ସ୍ମାରକୀ ପରିଷଦ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଅହରହ ଉଦ୍ୟମ ଜାରି ରଖିବା ସେ‰ ଆଜିଯାଏଁ ଏହା ସମ୍ଭବ ହେଉନାହିଁ । ପୂର୍ବରୁ ସ୍ଥିରୀକୃତ ବିବାଦୀୟ ସ୍ଥାନରୁ ହଟି ଅନ୍ୟଏକ ସ୍ଥାନରେ ପ୍ରତୀମୂର୍ତ୍ତି ସ୍ଥାପନ ନେଇ ହୋଇଥିବା ପ୍ରଶାସନିକ ବୈଠକର ସିଦ୍ଧାନ୍ତ ବି ଆଜି ସାକାରା ହୋଇପାରିନାହିଁ ।

ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ସ୍ମାରକୀ ପରିଷଦ ପ୍ରତ୍ୟାହାର କରିନେଇଛି । କିନ୍ତୁ ପ୍ରଶାସନିକ ବୈଠକର ନିଷ୍ପତ୍ତି ଅନୁଯାୟୀ କୁଆଁସ ମଢିଆ ଛକରେ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ପୁଣି ବିବାଦ ତେଜିଛି । ପ୍ରତିମୂର୍ତ୍ତି ପ୍ରତିଷ୍ଠା ନେଇ ପ୍ରଶାସନ ଚୁପ ବସିଛି । ସ୍ମରଣଯୋଗ୍ୟ ଯେ : ଗତ ୨୨.୨.୨୦ ତାରିଖରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଡ.ମହତାବଙ୍କ ପ୍ରତିମୂର୍ତି ସ୍ଥାପନ ନେଇ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ମଂଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ନେସ୍କୋ ଏସ୍‍.ଇ ସୁରେଶ ଚନ୍ଦ୍ର ସାହୁ, ନିର୍ବାହୀଯନ୍ତ୍ରୀ ରଶ୍ମି ବେହେରା, ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଅମୀୟ ନାୟକ, ବନ୍ତ ତହସିଲଦାର ଓ ବିଡିଓଙ୍କ ସମେତ ସ୍ମାରକୀ ପରିଷଦ ସଭାପତି ପ୍ରଫେସର ଡ.ସନାତନ ମହାନ୍ତି, ସମ୍ପାଦକ ଡ.ଭାଗବତ ତ୍ରିପାଠୀ, କୋଷାଧ୍ୟକ୍ଷ ବିଜୟ ମହାନ୍ତି, ସଭ୍ୟ-ଡ.ସୁଧାଂଶୁଶେଖର ନାୟକ ଓ ପଦ୍ମନ ରାୟ ପ୍ରମୁଖ ଯୋଗ ଦେଇଥିଲେ ।

ଆଗରପଡା ପ୍ରବେଶପଥ କୁଆଁସ ମଢିଆ ଛକରେ ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ହୋଇଥିଲା । ଏହା ବ୍ୟତୀତୀ ପ୍ରତିମୂର୍ତି ପ୍ରତିଷ୍ଠା ସ୍ଥାନରେ ଥିବା ସବଷ୍ଟେସନ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତି ହୋଇଥିଲା । ସ୍ଥାନାନ୍ତର ପରେ ବନ୍ତ ତହସିଲଦାର ପ୍ରତିମୂର୍ତି ପ୍ରତିଷ୍ଠା ସ୍ଥାନକୁ ଚିହ୍ନଟ କରି ସ୍ମାରକୀ ପରିଷଦକୁ ହସ୍ତାନ୍ତର କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ସବୁ କାର୍ଯ୍ୟ ଆସନ୍ତା ୨ସପ୍ତାହ ମଧ୍ୟରେ ସାରିବାକୁ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କୁଆଁସ ମଢିଆରୁ ଅଣିଜୋ କାଉପୁର ଦେଇ ଭଦ୍ରକକୁ ନୂଆ କରି ନିର୍ମିତ ହେଉଥିବା ରାସ୍ତାର ନାମ ମହତାବ ମାର୍ଗ ରଖାଯିବାକୁ ମଧ୍ୟ ନିଷ୍ପତି ହୋଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ, ଚଳିତ ଅଗଷ୍ଟ ମାସରେ ବନ୍ତ ତହସିଲ ପକ୍ଷରୁ ସ୍ଥାନ ନିରୂପଣ ପାଇଁ ରାଜସ୍ୱ ନୀରିକ୍ଷକ ଓ ପୂର୍ତ୍ତ ବିଭାଗ ପ୍ରତିମୂର୍ତ୍ତିର ପାଦଭୂମି ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କଲାବେଳେ କୁଆଁସ ମଢିଆର କେତେକ ପ୍ରଭାବଶାଳୀ ରାଜନେତା ଏହାକୁ କଡା ବିରୋଧ କରିଥିଲେ ।

ଫଳରେ ସ୍ଥାନୀୟ ଅଞ୍ଚଳର ମାପଚୁପ କରିନପାରି ଫେରି ଆସିଥିଲେ । ତେଣୁ ପରବର୍ତ୍ତି ସମୟରେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲା । କୁପାରୀ ଛକ କୁ ସ୍ଥାନାନ୍ତରୀତ କରାଯିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । କୁପାରୀ ଛକରେ ଥିବା ସ୍ଥାନଟି ମଧ୍ୟ ବିବାଦୀୟ ବୋଲି ଜଣାଯାଇଛି । ପୂର୍ତ୍ତ ଓ ଡ୍ରେନେଜ ବିଭାଗ ଜମିର ମଧ୍ୟସ୍ଥଳୀ ୯ଫୁଟ୍‍ ମଧ୍ୟରେ ଥିବା ଜମିରେ ପୂର୍ଣ୍ଣାବୟବ ପ୍ରତିମୂତ୍ତିୟ ବସିବା ନେଇ ସ୍ଥିର ହୋଇଥିଲା । ତେବେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ କୁପାରୀ ରାସ୍ତାଟି ସଂପ୍ରସାରଣ ହେବ ବୋଲି ଜଣାଇବା ପରେ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପୁଣି ଅନିଶ୍ଚିତତା ସୃଷ୍ଟି ହୋଇଛି । ଦୀର୍ଘ ୨ବର୍ଷ ହେବ ବଦାନ୍ୟଙ୍କ ଅର୍ଥରାଶିରେ ନିର୍ମିତ ହୋଇଥିବା ୧୦ଲକ୍ଷ ଟଙ୍କାର ୧୦ଫୁଟ୍‍ ଲମ୍ବର ମହତାବଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଚ ପ୍ରତିମୂର୍ତ୍ତିଟି ସ୍ଥାପନ ପାଇଁ ଉକିଳକେଶରୀଙ୍କୁ ନିଜ ଜନ୍ମାମାଟି(ଆଗରପଡା)ରେ ଜମିଖଣ୍ଡେ ନମିଳିବା ଘଟଣା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅପରାରଗହା ଦାୟୀ ବୋଲି ମହତାବ ପ୍ରେମୀମାନେ ମତପୋଷଣ କରିଛନ୍ତି

Leave A Reply