ଫୋର୍ବସ୍ ପକ୍ଷରୁ ଆମେରିକାର ସବୁଠୁ ଧନୀ ଲୋକଙ୍କ ତାଲିକା ଜାରି ହୋଇଛି । ଧନୀ ତାଲିକାର ୪୦୦ ଜଣଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଭାରତୀୟ ମୂଳ ନିବାସୀ । ଲଗାତର ତୃତୀୟ ଥର ଆମାଜନ୍ ସଂସ୍ଥାପକ ଜେଫ୍ ବେଜୋସ୍ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୯ ଶହ କୋଟି ଡଲାର । ୧୧୧ ଶହ କୋଟି ଡଲାର ମୂଲ୍ୟର ସମ୍ପତ୍ତି ସହ ବିଲ୍ ଗେଟ୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ସମ୍ପତ୍ତି ହ୍ରାସ ପାଇଛି । ଟ୍ରମ୍ପଙ୍କ ର୍ୟାଙ୍କିଙ୍ଗ୍ ୨୭୫ରୁ କମି ୩୫୨ରେ ପହଞ୍ଚିଛି ।