ବୈଜ୍ଞାନିକମାନେ ସମୁଦ୍ରରେ ରହୁଥିବା ଏକ ଦୁର୍ଲଭ ଅସରପାର ସନ୍ଧାନ କରିଛନ୍ତି । ଦେଢ଼ଫୁଟ ଲମ୍ବ ଏହି ଅସରପାର ୧୪ଟି ଗୋଡ଼ ଅଛି । ସମୁଦ୍ରରେ ଶିକାର ପାଇଁ ସେ ତା ଗୋଡ଼ଗୁଡ଼ିକୁ ବ୍ୟବହାର କରିଥାଏ । ମୋଟା କାଠି ଭଳି ଦେଖାଯାଉଥିବା ଏହି ଅସରପା ବେଥିନୋମସ୍ ପ୍ରଜାତିର । ବେଥିନୋମସ୍ ଏକ ଇଣ୍ଡୋନେସୀୟ ଶବ୍ଦ । ଏହା ସାଧାରଣ ଅସରପାଠାରୁ ବହୁତ ବଡ଼ । ଅନେକ ସମୟରେ ଏହା ୫୦ରୁ ୭୦ ସେମି ପର୍ଯ୍ୟନ୍ତ ହୋଇଥାଏ । ଏମାନଙ୍କର ହାଡ଼ ନାହିଁ । ଆକାର ବଡ଼ ହୋଇଥିବାରୁ ଏମାନଙ୍କୁ ‘କକ୍ରୋଚ୍ ଅଫ୍ ଦ ସି’ କୁହାଯାଏ ।