ଖଇରା : ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଆଦିତ୍ୟ ଦାସ ମୃତୁ୍ୟ ଘଟଣା ଦିନକୁ ଦିନକୁ ଦିନ ନୂଆମୋଡ ନେବାରେ ଲାଗିଛି । ଆଦିତ୍ୟ ଙ୍କ ସହ ସମ୍ପର୍କ ଥିବା ଖଇରା ଅଞ୍ଚଳର ଝିଅ ଚନ୍ମୟୀ ମହାପାତ୍ର (୨୨)ଙ୍କୁ ବଦନାମ କରାଯାଇଥିବା ଅଭିଯୋଗ ଆଣି ଖଇରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଖଇରା ପୋଲିସ ୫ତାରିଖ ଦିନ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଦାସ, ପତ୍ନୀ ବିଦ୍ୟାଶ୍ରୀ ଙ୍କ ଓ ଅନ୍ୟ କିଛି ସହଯୋଗୀଙ୍କ ନାମରେ ଏକ ମାମଲା(୧୮୪/୨୦) ରୁଜୁ କରିଛି ।
ଚିନ୍ମୟୀଙ୍କ ଅଭିଯୋଗ ଅନୁଯାୟୀ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟରେ ଖନ୍ତାପଡା ଥାନା ମହାରାଜପୁର ଗ୍ରାମର ବ୍ୟକ୍ତି ବିସ୍ମିତ ଚିନ୍ମୟୀ ମହାପାତ୍ରଙ୍କୁ ଆଦିତ୍ୟଙ୍କ ମୃତୁ୍ୟସହ ଯୋଡି ତାଙ୍କୁ ତାଙ୍କ ପରିବାରକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ଏଥରେ ତାଙ୍କୁ ସାଇକୋ ଲେଡି,ବ୍ଲାକମେଲର ଭାବେ ବାରମ୍ବାର ଆଖ୍ୟା ଦିଆଯିବା ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିଲା ।
ଏଥିସହ ବିସ୍ମିତ ତାଙ୍କୁ ଅନେକ ସମୟରେ ନିଜକୁ କ୍ରାଇମ ବ୍ରାଞ୍ଚ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରିବା ତଥା ହ୍ୱାଟ୍ସଅପ୍ରେ ମେସେଜ ଦେଇ ତାଙ୍କୁ ନିଜ ଅଧିନରେ ରଖିବାକୁ ଏବଂ ତାଙ୍କ ସଙ୍ଗଠନରେ କାର୍ଯ୍ୟ କରିବାକୁ ଚାପ ପ୍ରୟୋଗ କରୁଥିଲେ । ଏଭଳି କି ତାଙ୍କୁ ମାରିଦେବାକୁ ମଧ୍ୟ ଫୋନରେ ଧମକ ଦେଇଛନ୍ତି ।
କିଛି ନ୍ୟୁଜ ଚେନାଲ ମଧ୍ୟ ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ କରିବା ସହ ତାଙ୍କର ଓ ଆଦିତ୍ୟଙ୍କର କିଛି ଅସ୍ପଷ୍ଟ ଫଟୋ ଦେଖାଇ ତାଙ୍କୁ ବଦନାମ କରିଥିବା ନେଇ ଉଲ୍ଲେଖ କରିଛନ୍ତି । ଭାରତୀୟ ପିଙ୍ଗଳ କୋଡ ଧାରା ୫୦୧,୫୦.୧୯୯,୨୦୩ ଓ ୩୪ମୂଳେ ଏହି ମାମଲା ରୁଜୁ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଆଦିତ୍ୟ ଦାସଙ୍କ ମୃତ୍ୟୁ ଆତ୍ମହତ୍ୟା କି ହତ୍ୟା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଥିବା ବେଳେ ତାଙ୍କର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ସମ୍ପର୍କକୁ ନେଇ ଦୈନିକ ନୂଆ ନୂଆ ଘଟଣା ସାମନାକୁ ଆସୁଛି । ଏହି ଏହି ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତରେ ଅଛି ।