Odisha news

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ତାରା ବାହିନୀପତିଙ୍କ ଧାମନଗର ବନ୍ୟାଞ୍ଚଳ ଗସ୍ତ

0

ଧାମନଗର  : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶନିବାର ଅପରାହ୍ନରେ ଧାମନଗର ବନ୍ୟାଞ୍ଚଳ ଗସ୍ତ କରିଥିଲେ । ବୈତରଣୀ ଓ ତା’ର ଶାଖା ଗେଙ୍ଗୁଟି, କୋଚିଳା ନଦୀରେ ଭୟଙ୍କର ବନ୍ୟା ଆସି ଧାମନଗର ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ଗେଙ୍ଗୁଟି ନଦୀବନ୍ଧ ବିଭିନ୍ନ ସ୍ଥାନରେ ବାରମ୍ବାର ଧସିବା ସହିତ ଫାଟ ସୃଷ୍ଟି ହୋଇଛି । ଏଆଇସିସି ଓ ପ୍ରଦେଶ କଂଗ୍ରେସ କମିଟିର ନିଦେ୍ର୍ଦଶ କ୍ରମେ ରାଜ୍ୟର ଦୁଇ ବରିଷ୍ଠ କଂଗ୍ରେସ ନେତା ଆଜି ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ରାମେଶ୍ୱରପୁର ଠାରେ କ୍ଷତିଗ୍ରସ୍ତ ଗେଙ୍ଗୁଟି ନଦୀବନ୍ଧ ବୁଲି ଦେଖିଥିଲେ । ରାଜ୍ୟରେ ବିଜେଡ଼ି ଲୁଟ୍କରି ରାଜନୀତି କରୁଥିବାବେଳେ ଗେଙ୍ଗୁଟିନଦୀବନ୍ଧ ସାରାରାଜ୍ୟର ଏକ ଉଦାହରଣ ବୋଲି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

ସ୍ଥାନୀୟ ବିଧାୟକ ତଥା ବିଧାନସଭାର ବିରୋଧିଦଳ ଉପନେତା ଓ ଏଠାକାର ବିଜେଡ଼ି ନେତାମାନେ ଜାଣିଶୁଣି ବନ୍ୟା ପରିସ୍ଥିତି ସୃଷ୍ଟିକଲେବୋଲି ବିଧାୟକ ଶ୍ରୀ ବାହିନୀପତି ସିଧାସଳଖ ଦୋଷାରୋପ କରିଥିବାବେଳେ ପାଞ୍ଚଟି ଏସ୍କେପ୍ରେ ପାଣିଛାଡ଼ି ଧାମନଗର ଅଞ୍ଚଳକୁ ବନ୍ୟା ପ୍ଲାବିତ କରାଯାଇ ମନୁଷ୍ୟକୃତ ବନ୍ୟା ସୃଷ୍ଟି କରାଯାଇଥିବା ଶ୍ରୀ ବାହିନିପତି କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଫାଇପ ଟି ଦ୍ୱାରା ଧାମନଗରର ଏହି ମନୁଷ୍ୟକୃତ ବନ୍ୟାର ତଦନ୍ତକରିବେ କି ବୋଲି ପ୍ରଶ୍ନ କରିବା ସହିତ ହାଇକୋର୍ଟର ଜଣେ ସିଟିଂଜଜ୍ ଏହାର ତଦନ୍ତ କରନ୍ତୁ ବୋଲି ଶ୍ରୀ ବାହିନୀପତି ଦାବି କରିଛନ୍ତି । ନିମ୍ନମାନର ନଦୀବନ୍ଧ କାର୍ଯ୍ୟହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନଦୀବନ୍ଧରେ ଉପସ୍ଥିତ ଶତାଧିକ ସ୍ଥାନୀୟ ଲୋକେ ଦୁଇନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଏହି ପ୍ରସଂଗକୁ ଆଗାମୀ ବିଧାନସଭା ଅଧିବେସନରେ ଉଠାଇବେବୋଲି ବିଧାୟକ ଶ୍ରୀ ବାହିନୀପତି କହିଥିଲେ ।

ତେବେ ଦୁଇଦିନ ତଳେ ଗେଙ୍ଗୁଟି ନଦୀରେ ସୃଷ୍ଟି ହୋଇଥିବା ବିରାଟ ଫାଟ ଏବଂ ଧସିଥିବା ସ୍ଥାନକୁ କଂଗ୍ରେସ ନେତାଙ୍କ ଗସ୍ତ ପୂର୍ବରୁ ଜଳସମ୍ପଦ ବିଭାଗ ତରଫରୁ ମେସିନ ଲଗାଇ ତରବରିଆ ଭାବେ ମରାମତି କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ସେଲ୍ ଉପାଧ୍ୟକ୍ଷ ଅଭିଷେକ ରାଉତ, ବରିଷ୍ଠକଂଗ୍ରେସ ନେତା ନାରାୟଣଚନ୍ଦ୍ର ପାଢୀ, ଡ଼ା. ବିଦ୍ୟାଧର ଯେନା, ସୁବ୍ରତ କୁମାର ଦାସ, ଭଦ୍ରକ ଜିଲ୍ଳା କଂଗ୍ରେସ କମିଟି ସଭାପତି ଅଶୋକ କୁମାର ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ କୁମାର ମହାନ୍ତି, ହୃଦାନନ୍ଦ ସେଠୀ, ରାମଚନ୍ଦ୍ର ଦାଶ, ନରେନ୍ଦ୍ର କୁମାର ମଲ୍ଳିକ, ପ୍ରଦୀପ୍ତ କିଶୋର ଦାସ, ଅରବିନ୍ଦ ନାୟକ, ଅଶୋକ କୁମାର ରାଉତ, ରମେଶ ଚନ୍ଦ୍ର ବେହେରା, ଯୁବନେତା ପ୍ରସନ୍ନ କୁମାର ଧଳ, ଦେବାଶିଷ୍ ପ୍ରସନ୍ନ ସାମଲ, ଅଜିତ୍ କୁମାର ପଣ୍ଡା, ପ୍ରମୋଦ କୁମାର ସ୍ୱାଇଁ, ମାନସ ମହାପାତ୍ର , ସେକ୍ ତାଜୁଦ୍ଦିନ୍ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ

Leave A Reply