ଫୁଲବାଣୀ( ସନ୍ତୋଷ ମିଶ୍ର ) : ଜିଲ୍ଲାରେ ବହୁମାତ୍ରରେ ଚୋରା ଗଞ୍ଜେଇ ଚାଲାଣ ହେବା ସହିତ ଦେଶୀ ମଦର କାରବାର ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଢ ଭାବରେ ରୋକିବାପାଇଁ କନ୍ଧମାଳ ଏସପି ଭିତିନ୍ ଅଗ୍ରୱାଲ ଜିଲ୍ଲାର ସମସ୍ତ ଥାନାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହାର ପରିଣାମ ସ୍ୱାରୁପ ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ପୋଲିସ ଏକ ହୋଣ୍ଡା ସିଟି କାର ଭିତରୁ ୫୦ କିଗ୍ରା ଗଞ୍ଜେଇ ଜବତ କରିବାସହିତ ଜଣେ ଚାଲାଣକାରୀକୁ ଗିରଫ କରିଛି ପୋଲିସ ।
ଏହି ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇବାପରେ ପୋଲିସ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି । ଏହି ସଂକ୍ରାନ୍ତରେ ପୋଲିସ ଏକ ମାମଲା ୭୧/୨୦୨୦ ରୁଜ୍ଜୁ କରି ଜଣେ ଅଭିଯୁକ୍ତ ଫିରିଙ୍ଗିଆ ଅଂଚଳର ନାରାୟଣ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିତିନ୍ ଅଗ୍ରୱାଲ ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି ।
ତେବେ ଗିରଫ ଅଭିଯୁକ୍ତ ଜଣକର ନାମ ଏବଂ ଠିକଣା ଜଣାପଡିନାହିଁ । ସେହିପରି ଘୁ.ଉଦୟଗିରି ଥାନା ଅଂଚଳରେ ଆଉ ଏକ ଘଟଣାରେ ଦେଶୀ ମଦ ପୋଚ ନଷ୍ଟ କରିବା ସହିତ ଦଶୀ ବିଦେଶୀ ମଦ ଜବତ କରି ଜଣ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୁଚନା ଅନୁସାରେ ଆଜି ପୋଲିସ ଘୁ.ଉଦୟଗିରି ଥାନା ଅଂଚଳରେ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଦେଶୀ ମଦ ଭାଟିକୁ ଭାଙ୍ଗିବା ସହିତ ସେଠାରେ ୨୫୦ ଲିଟର ଦେଶୀ ମଦ ଜବତ କରିବା ସହିତ ସେଠାରେ ମଦ ପ୍ରସ୍ତୁତ ପାଇଁ ରହିଥିବା ୨୦୦ ଲିଟର ପୋଚ ମଧ୍ୟ ନଷ୍ଟ କରିଛି ପୋଲିସ । ଏହି ସଂକ୍ରାନ୍ତରେ ଏକ ମାମଲା ୭୦/୨୦୨୦ ରୁଜ୍ଜୁ କରିବା ସହିତ ସେହି ଅଂଚଳର ପଂଚୁ ସାହୁନାମକ ଜଣକୁ ଗିରଫ କରି ତାକୁ କୋର୍ଟ ଚାଲାଣ କରିଥିବା ନେଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସୁଚନା ଦେଇଛନ୍ତି ।
