Odisha news

ବନ୍ୟାରେ ଆରଡି ରାସ୍ତାର ମରାମତି ଲାଗି ୩ କୋଟି ବ୍ୟୟ ଅଟକଳ

0

ଧର୍ମର୍ର୍ଶାଳା,୪ । ୯ : ଚଳିତ ବନ୍ୟାରେ ଜାରକା ଗ୍ରାମ୍ୟ ଉନ୍ନୟନ ସବଡିଭିଜନ ଅଧିନରେ ଥିବା ଧର୍ମଶାଳା ଓ ରସୁଲପୁର ବ୍ଲକର କେତେକ ରାସ୍ତାରେ ଘାଇ ସୃଷ୍ଟି ହେବା ସହ ଧୋଇ ହୋଇ ଯାଇଛି । ବନ୍ୟା ଛାଡିବା ପରେ ବିଭାଗ ପକ୍ଷରୁ ଏହାର କ୍ଷୟ କ୍ଷତି ଆକଳନ କରାଯାଇ ଏହାର ମରାମତି ପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜାରକା ଗ୍ରାମ୍ୟ ଉନ୍ନୟନ ସବଡିଭିଜନ ଅଧିନରେ ୧୦୮ଟି ଛୋଟ ବଡ ରାସ୍ତା ରହିଥିବା ବେଳେ ସେଥିମଧ୍ୟରୁ ୪୦ ଗୋଟି ରାସ୍ତା ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ଏହି ରାସ୍ତା ଗୁଡିକର ଅସ୍ଥାୟୀ ମରାମତି ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ତୁରନ୍ତ ଆବଶ୍ୟକଥିବା ବେଳେ ସମ୍ପୁର୍ଣ୍ଣ ମରାମତି ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଆରଡି ରୋଡ ଠାରୁ ଲଙ୍କା ବାଲିସାହି ରାସ୍ତା ଓ ପ୍ରଥମାଖଣ୍ଡି-ବନ୍ଧଢିହ ରାସ୍ତା ଓ ରାୟପଡା ଠାରୁ କୋଠିଢିହ ରାସ୍ତା ଏହି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଉପରୋକ୍ତ ରାସ୍ତା ଗୁଡିକର ମରାମତି ପାଇଁ ୩ କୋଟି ଟଙ୍କା ଆବଶ୍ୟକଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି ବୋଲି ଜାରକା ସବଡିଭିଜନ ସହକାରୀ ଯନ୍ତ୍ରୀ ଇଂ ସୋମ୍ୟ ରଞ୍ଜନ ଦ୍ୱିବେଦୀ ସୂଚନା ଦେଇଛନ୍ତି । ଏହି ରାସ୍ତା ଗୁଡିକ ବନ୍ୟାରେ ଧୋଇ ହୋଇଯାଇଥିବାରୁ ଏବେ ଯାତାୟତ ସମ୍ଭବପର ହୋଇପରୁ ନାହିଁ । ଯୁଦ୍ଧକାଳିନ ଭିତିରେ ରାସ୍ତା ଗୁଡିକ ମରାମତି କରିବାକୁ ଧର୍ମଶାଳା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ କିଶାନ ପଣ୍ଡା ଦାବି କରିଛନ୍ତି ।

Leave A Reply