Odisha news

ନୂଆପଲ୍ଲୀ : ଦୁଇ ଗିରଫ , ପାଞ୍ଚ ବାଇକ୍ ଜବତ

0

ନୂଆପଲ୍ଲୀ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ ଚୋରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୫ଟି ଚୋରା ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ସାଲିଆ ସାହି ଲକ୍ଷ୍ମୀ ନଗର ଅ ଳର ନଖିଆ ଓରଫ ପ୍ରଶାନ୍ତ ପରିଡା ଓ ସାଲିଆ ସାହି ନିଳଚକ୍ର ନଗରର ସପନା ସାହୁ । ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ଗୋଟାଏରେ ମଇଳା ଟାଙ୍କି ଛକରେ ନୂଆପଲ୍ଲୀ ପୁଲିସ ଏମଭି ଚେକିଂ କରିବା ସମୟରେ ତିନିଜଣ ଯୁବକ ଏକ ବାଇକ ଯୋଗେ ସେଇ ରାସ୍ତା ଦେଇ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲା ।

ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପୁଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇଜଣ ଯୁବକଙ୍କୁ ପୁଲିସ କାବୁ କରି ଥାନାକୁ ଆଣିଥିଲା । ସେମାନଙ୍କୁ ପଚରା ଉଚରା କରିବା ପରେ ଯୁବକଦ୍ୱୟ ଗାଡିଚୋର ବୋଲି ଜଣାପଡିଥିଲା । ଅଭିଯୁକ୍ତ ଦ୍ୱୟ ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁରର ବିଭିନ୍ନ ଅ ଳରୁ ଗାଡି ଚୋରି କରି ସେଗୁଡିକର ରେଜିଷ୍ଟସନ ନମ୍ବର ବଦଳାଇ ବିକ୍ରି କରିଥାନ୍ତି ।ଗତ କିଛି ଦିନ ଭିତରେ ଅଭିଯୁକ୍ତଦ୍ୱୟ ୫ଟି ବାଇକ ଚୋରି କରିଥିବା ବେଳେ ଅଭିଯୁକ୍ତ ସପନା ସେଗୁଡିକ ବିକ୍ରି କରିବା ଲାଗି ଲୁଚାଇ ରଖିଥିଲା । ପୁଲିସ ସେମାନଙ୍କ ଠାରୁ ୫ଟି ଗାଡି ଜବତ କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave A Reply