କେନ୍ଦ୍ରାପଡା ୨/୯ ( ରବୀନ୍ଦ୍ର ଦାଶ )– କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ପୂର୍ବତନ ଜିଲ୍ଲାଜଜ ସ୍ୱର୍ଗତ କୃଷ୍ଣଚନ୍ଦ୍ର କରଙ୍କ ବିୟୋଗରେ ଏକ ସର୍ବଦଳୀୟ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ, ପୂର୍ବତନ ସମ୍ପାଦକ ଗଗନବିହାରୀ ଜେନା, ଆଇନଜୀବି ରମଣୀରଞ୍ଜନ ରାଉତରାୟ ଓ ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ପ୍ରମୁଖ ଯୋଗଦେଇ ସୂର୍ଗତ କରଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏହି ଅବସରରେ ବକ୍ତାମାନେ ସୂର୍ଗତ କର କିଭଳି ନିର୍ଭିକ ତଥା ସମାଜରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ସମୟରେ ତାଙ୍କ ଚାକିରୀ କାଳରେ ରାୟ ପ୍ରଦାନକରି ଚର୍ଚ୍ଚିତ ହୋଇଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଂସଦର ସଂଯୋଜକ ଗୋଲେକ ଚନ୍ଦ୍ର ପଢିହାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ଆଇନଜୀବି ଆଶିଷ ସେନାପତି, ଶ୍ରମିକନେତା ମୁକ୍ତାର ଖାଁ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଅମରବର ବିଶ୍ୱାଳ, ସନ୍ତୋଷ କର, ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସୂର୍ଗତ କରଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରରେ ପ୍ରତିଷ୍ଠା କରାଯିବାକୁ ସ୍ଥିର କରାଯାଇଛି ।