କେନ୍ଦ୍ରାପଡା ୨/୯( ରବୀନ୍ଦ୍ର ଦାଶ )- ଅବସରପ୍ରାପ୍ତ େ ଷ୍ଟଟବ୍ୟାଙ୍କ କେନ୍ଦ୍ରାପଡା ଶାଖାର ବରିଷ୍ଠ କର୍ମଚାରୀ ସୁରେଶ ଚନ୍ଦ୍ର ଗୋଛାୟତଙ୍କର ସୋମବାର ରାତିରେ ୬୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଗୋଛାୟତଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ, ମାଧବାନନ୍ଦ ମହାପାତ୍ର, ବିଜୟ କୁମାର ବରାଳ, ନିତ୍ୟାନନ୍ଦ ସେଠୀ, ଗୈାରାଙ୍ଗ ଚରଣ ସାହୁ, ବିଶ୍ୱକେତନ ଦାସ, ନିତ୍ୟାନନ୍ଦ ମହାନ୍ତି, ମହେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
