ଜଳେଶ୍ୱର: ବହୁ ଚର୍ଚ୍ଚିତ ଜଳେଶ୍ୱର ଥାନାର ନିଳମ୍ବିତ ଆଇଆଇସି ଧନେଶ୍ୱର ସାହୁ ଓ ଜଣେ ବ୍ରାଉନ୍ ସୁଗର ବ୍ୟବସାୟୀଙ୍କ ଲିଙ୍କ୍ ଓ ଡିଲ୍ ସଂପର୍କରେ ଅଡିଓ ଭାଇରାଲ ପରେ ତାଙ୍କର ବଦଳି ଓ ପରେ ନିଳମ୍ବିତ ହୋଇଛି । କ୍ରାଇମ୍ବ୍ରାଞ୍ଚ ଧଳା ଜହର ଉପରେ ତଦନ୍ତ କରୁଥିବା ବେଳେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ନିଳମ୍ବିତ ଆଇଆଇସିଙ୍କ ୭ଟି ସ୍ଥାନରେ ଚଢାଉ ହୋଇଛି । ତାଙ୍କ ସହିତ ଦୀର୍ଘ ଦିନର ସଂପର୍କ ଥିବା ଜଣେ ଗ୍ରାମରକ୍ଷୀଙ୍କର ୨ଟି ସ୍ଥାନରେ ଥିବା ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ବ୍ରାଉନ୍ସୁଗର କାରବାରରେ ପରୋକ୍ଷ ଓ ପ୍ରତ୍ୟେକ୍ଷଭାବେ ନିଲମ୍ବିତ ଆଇଆଇସିଙ୍କର ସମ୍ପର୍କ ଥିବା ଜାଣି ବାଲେଶ୍ୱର ଏସ୍ପି ତାଙ୍କୁ ବାଲେଶ୍ୱରକୁ ଗତ ୧୩ ତାରିଖରେ ବଦଳି କରିଥିଲେ ।
କିନ୍ତୁ ୧୫ ତାରିଖରେ ପୁଲିସ୍ ଡିଜି ଏହି ଘଟଣାରେ ଶ୍ରୀ ସାହୁଙ୍କୁ ନିଳମ୍ବିତ କରିଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିଲା । ନିଲମ୍ବିତ ଆଇଆଇସି ଜଳେଶ୍ୱରକୁ ୨ୟ ପାଳିରେ ଆସିବାପରେ ଏପରି କାର୍ଯ୍ୟ ବଢିଥିବାର କୁହାଯାଉଥିବା ବେଳେ ଏବଂ ଏହି ସବୁ ଘଟଣାରେ ସଂପୃକ୍ତି ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଖୋଳତାଡ ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ନିଲମ୍ବିତ ଆଇଆଇସିଙ୍କର ଆୟ ବହିର୍ଭୁତ ସମ୍ପତ୍ତି ସଂପର୍କରେ ଭିଜିଲାନ୍ସ ବିଭାଗର ବାଲେଶ୍ୱର ଓ ବାରିପଦା ୟୁନିଟ ତଦନ୍ତ ଆରମ୍ଭ କରିଛନ୍ତି । ବାରିପଦା ୟୁନିଟ୍ର ଡିଏସ୍ପି ଶରତ କୁମାର ମହାପାତ୍ର ଆଜି ସକାଳ ୬ଟାରେ ଜଳେଶ୍ୱର ଥାନାରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଶ୍ରୀ ସାହୁଙ୍କର ସରକାରୀ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଥିଲା ।
ଭୁବନେଶ୍ୱରର ଶୈଳଶ୍ରୀ ବିହାରର କୈଳାସ ବିହାର ଫ୍ଲାଟ ନଂ-୩୦୧, ନରସିଂହପୁରର ବଡଭୂଇଁ ଗାଁ ଘର, ଶ୍ୱଶୁର ଘର ବଡ ହୁଡା, କଟକ ଜିଲ୍ଲାର ଇମାମ ନଗରର ହୋଟେଲ ଅଦିଶା, କଟକର ନିମପୁର ଅଂଚଳରେ ଥିବା ନାନକାର ଅଂଚଳରେ ମଧ୍ୟ ଚଡାଉ ହୋଇଛି । ବାଲେଶ୍ୱର ୟୁନିଟ୍ର ଏଲ୍.ଏନ୍ ମୁଖୀ ମଧ୍ୟରେ ଏହି ଚଢାଉରେ ସାମିଲ ହୋଇଛନ୍ତି । ଜଳେଶ୍ୱର ବାଲି ମାଫିଆଙ୍କ ସହିତ ନିଳମ୍ବିତ ଆଇ.ଆଇ.ସିଙ୍କର ସମ୍ପର୍କଥିବାର କେତେକ ଅଡିଓ ଏବେ ବଜାରରେ ଘୁରିବୁଲୁଥିବା ଜଣାଯାଇଛି । ଲକ୍ଷ୍ମଣନାଥ ୟୁନିଫାଏଡ ଚେକ୍ଗେଟ୍ ବନ୍ଦ ହୋଇ ଯାଇଥିଲେ ମଧ୍ୟ ଆଇଆଇସିଙ୍କର ଘନିଷ୍ଟ ଗ୍ରାମରକ୍ଷୀ ଅନନ୍ତ ମଣ୍ଡଳଙ୍କ ଲକ୍ଷ୍ମଣନାଥ ସ୍ଥିତ ବାସଭବନ ଓ ପୈତୃକ ଗ୍ରାମ ଘର