ସୋର : ସୋର ଥାନା ଅଧୀନ ନଦୀଗାଁ ପଞ୍ଚାୟତ ଗୁହାଳଡିହି ଗ୍ରାମର ଜଣେ ବୟସ୍କ ସମାଜସେବୀଙ୍କ ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି । ଗ୍ରାମର ହରିହର ଜେନା (୭୫) ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ଘରେ ଚିକିତ୍ସାଧୀନ ଥିଲେ ।
ଆଜି ଭୋର ସମୟରେ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାର ଅଳ୍ପ ସମୟ ପରେ ତାଙ୍କର ଦେହାନ୍ତ ହୋଇଥିଲା । ଖବର ପାଇ ନଦୀଗାଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ସ୍ୱର୍ଗତ ଜେନାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ନାତି ଭାରତଭୂଷଣ ମୁଖାଗ୍ନି ଦେଇଥିଲେ