Odisha news

ଜିନ୍ଦଲ ଷ୍ଟେନଲେସ କ୍ରେଡିଡ ସୁବିଧା ପାଇଁ ସର୍ବ ଭାରତୀୟ ସ୍ତରରେ ନିଜ ସ୍ଥାନ ବଜାୟ ରଖିଛି

0

ଇ୍ୟାସନଗର,୩୧ା୮(ଜିପ୍ର): ଭାରତର ଏକ ଅଗ୍ରଣୀ କ୍ରେଡିଟ ମୂଲ୍ୟାୟନ ସଂସ୍ଥା ହେଉଛି “”କେୟାର ରେଟିଂ” । ଏହି ସଂସ୍ଥା ଦ୍ୱାରା ଷ୍ଟେନଲେସ ଷ୍ଟିଲ ଉତ୍ପାଦକ ମାନଙ୍କର କ୍ରେଡିଟ ସୁବିଧାକୁ ମୁଲ୍ୟାୟନ କରାଯାଇ ଜିନ୍ଦଲ ଷ୍ଟେନଲେସର ଉନ୍ନତ କ୍ରେଡିଟ ସୁବିଧାକୁ “”କେୟାର ବିବିବି” ମାନ୍ୟତା ମିଳିଛି । ପୂୁର୍ବ ବର୍ଷ ମଧ୍ୟ କେୟାର ରେଟିଂ ମୂଲ୍ୟାୟନ ଦ୍ୱାରା କମ୍ପାନୀକୁ “”କେୟାର ବିବିବି” ମିଳିଥିଲା ।

ଜେଏସଏଲର ଦୃଢ ଆର୍ଥିକ ଏବଂ କାର୍ଯ୍ୟକ୍ଷମ ପ୍ରୋଫାଇଲକୁ ଅନୁଶୀଳନ କରାଯାଇ ଉନ୍ନତ ମାନ୍ୟତା ପ୍ରଦାନ କରାଯାଇଛି । ଗତ କିଛିମାସ ମଧ୍ୟରେ କରୋନା ମାହାମାରୀର ବାଧା ସତ୍ୱେ କମ୍ପାନୀ ଏକ ସ୍ଥିର ଯୋଜନାବଦ୍ଧ ବ୍ୟବସାୟ ପ୍ରତିଫଳିତ କରୁଛି । ବିକ୍ରିରେ ସ୍ଥିର ଅଭିବୃଦ୍ଧି ସହିତ ୨୦୧୮ ଆର୍ଥିକ ବର୍ଷରୁ ୨୦୨୦ ଆର୍ଥିକ ବର୍ଷ ମଧ୍ୟରେ ସ୍ଥିର ପରିଚାଳନାଗତ କାର୍ଯ୍ୟ ଦକ୍ଷତାହିଁ କେୟାରର ରେଟିଂ ପାଇଁ ସହାୟକ ଉପାଦାନ ।

ଘରୋଇ ଷ୍ଟେନଲେସ ଷ୍ଟିଲ ବଜାରରେ କେୟାରର ମୂଲ୍ୟାୟନ କମ୍ପାନୀର ନେତୃତ୍ୱ ସ୍ଥିତିକୁ ସମର୍ଥନ କରିଛି । ଜେଏସଏଲର ପରିଚାଳନା ନିଦେ୍ର୍ଦଶକ ଶ୍ରୀଯୁକ୍ତ ଅଭୁ୍ୟଦୟ ଜିନ୍ଦଲ କହିଛନ୍ତି, “”ଏହି ଉନ୍ନତ ମୂଲ୍ୟାୟନ ଜେଏସଏଲର କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଛି । କେୟାରର ମୂଲ୍ୟାୟନ, ଷ୍ଟେନଲେସ ଷ୍ଟିଲ ବଜାରରେ ପରିଚାଳନା ଏବଂ ଏହାର ପ୍ରତିଯୋଗିତାମୂଳକ ଶକ୍ତିକୁ ଧ୍ୟାନରେ ରଖିଥାଏ । ଏହା ସଂପତିର କାରବାରରେ କ୍ରମାଗତ ଉନ୍ନତି, ପ୍ରତି ଟନ ପରିଚାଳନାଗତ ଲାଭ ଏବଂ ଋଣ ସ୍ତରରେ ହ୍ରାସ ହେବାକୁ ସୂଚିତ କରେ । ଜେଏସଏଲ ଏହାର କ୍ରେଡିଟ ମାନ୍ୟତାକୁ ଆହୁରି ମଜବୁତ କରିବା ଏବଂ ଲାଭକୁ ଦୃଢ କରିବା ପାଇଁ ଯୋଜନାବଦ୍ଧ ଭାବରେ ରଣନୀତି ପ୍ରସ୍ତୁତ କରିସାରିଛି ।”

କେୟାର ମୂଲ୍ୟାୟନ ଜେଏସଏଲର ପ୍ରମୁଖ ମୂଲ୍ୟାୟନ ତତ୍ୱଗୁଡିକ ରିପୋର୍ଟ କରେ ଯେ କମ୍ପାନିର ବିକ୍ରୟ ପରିମାଣରେ ସ୍ଥିର ଅଭିବୃଦ୍ଧି ଏବଂ୨୦୧୮ଆର୍ଥିକ ବର୍ଷରୁ ୨୦୨୦ ଆର୍ଥିକ ବର୍ଷ ଏପ୍ରିଲ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟରେ ସ୍ଥିର ପରିଚାଳନା କାର୍ଯ୍ୟଦକ୍ଷତା, ସଂପତି କାରବାରରେ କ୍ରମାଗତ ଉନ୍ନତି, ଟନ ପ୍ରତି ପରିଚାଳନାଗତ ଅଧିକ ଲାଭର ବୈଶିଷ୍ଟ୍ୟତାକୁ ବର୍ଣ୍ଣନା କରେ । କମ୍ପାନୀର ଟନ ପ୍ରତି ପରିଚାଳନାଗତ ଲାଭ ଯାହା ଋଣ ସ୍ତର ହ୍ରାସ ହେତୁ ପରସ୍ପର ସଲଗ୍ନ ଦେୟରେ ଉନ୍ନତି ସହିତ ଅଧିକ ନଗଦ ସଂଗ୍ରହ ବୃଦ୍ଧି ହେଲା ।

ମୂଲ୍ୟାୟନରେ ସଂଶୋଧନ, ମାର୍ଚ୍ଚ ୨୦୧୯ ଠାରୁ ସିଡିଆରରୁ ବାହାରି ଆସିବାକୁ ମଧ୍ୟ ବିଚାରକୁ ନେଇଥାଏ ଯାହା ଏହାକୁ ଉନ୍ନତ କାର୍ଯ୍ୟକ୍ଷମ ଓ ଆର୍ଥିକ ନମନୀୟତା ପ୍ରଦାନ କରିବାରେ ସମ୍ଭାବନା ଥାଏ । ଷ୍ଟେନଲେସ ଷ୍ଟିଲ କାରଖାନାରେ ଉଦ୍ୟୋକ୍ତା ଓ ମ୍ୟାନେଜମେଣ୍ଟର ଯଥେଷ୍ଟ ଟ୍ରାକ ରେକର୍ଡ ଥିବା ପରିଚାଳନାବର୍ଗଙ୍କ ବ୍ୟାପକ ଅଭିଜ୍ଞତାରୁ ହିଁ ଅଧିକ ମୂଲ୍ୟାୟନ କରିବାରେ ସହାୟକ ହୋଇଥାଏ । କଞ୍ଚାମାଲ ମୂଲ୍ୟରେ ଅସ୍ଥିରତା ସହିତ ଶସ୍ତା ଆମଦାନୀ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଓ ଷ୍ଟେନଲେସ ଷ୍ଟିଲ ଶିଳ୍ପରେ ଆବର୍ତମାନ ପାଇଁ ଅନ୍ତର୍ନିହିତ ଗୁଣ ।

Leave A Reply