Odisha news

ପଞ୍ଚାୟତରେ ବେଆଇନ ଦେଶୀ ମଦ ଦୋକାନ ବନ୍ଦ ସମ୍ବନ୍ଧରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଓ ପଞ୍ଚାୟତବାସୀ ଗଂଜାମଜିଲ୍ଲାପାଳଙ୍କୁ ଭେଟିଲେ

0

ଛତ୍ରପୁର : କବିସୂର୍ଯ୍ୟନଗର ବ୍ଲକ ପାଇକ ଯମୁନା ଗ୍ରାମ ପଞ୍ଚାୟତରେ ବେଆଇନ ଦେଶୀ ମଦ ଦୋକାନ ବନ୍ଦ କରିବା ସଂପର୍କରେ ଆଜି ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବହୁ ସଂଖ୍ୟକ ପଞ୍ଚାୟତବାସୀ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି ଯେ, ଆମ ପଞ୍ଚାୟତର ମହିଳା ଓ ପୁରୁଷଙ୍କ ମୌଳିକ ଅଧିକାରୀ କ୍ଷୂର୍ଣ୍ଣ କରୁଥିବା ବେଆଇନ ମଦ ଦୋକାନଦାର ଓ ମଦୁଆଙ୍କ ଦୌରାତ୍ମ, ଅରଜକତା ମଦ ଦୋକାନ ସମ୍ମୁଖରେ ମହିଳା ଓ ଝିଅ ବୋହୂଙ୍କୁ ହଇରାଣ ହରକତ ଓ ଅଶ୍ଲିଳ ଇଙ୍ଗିତ ପ୍ରଦର୍ଶନ କରିବା ଘଟଣାରେ ସଂପୃକ୍ତ ମଦ ଦୋକାନୀଙ୍କ ପ୍ରୋତ୍ସାହନ ଥିବା ଏବଂ ଦିନରାତି ମଦ ଦୋକାନ ଖୋଲି ଗ୍ରାମବାସୀଙ୍କୁ ଧମକ ଚମକ ଦେଇ ଗ୍ରାମରେ ଅଶାନ୍ତ ବାତାବରଣ ଦୀର୍ଘ ଦିନ ହେଲା ସୃଷ୍ଟି କରି ଚାଲିଥିବା ମଦ ଦୋକାନୀ ବିରୋଧରେ ରହିଥିବା ପୁଞ୍ଜୀଭୂତ ଅସୋନ୍ତଷ ଗ୍ରାମବାସୀଙ୍କୁ ଅସହ୍ୟ ହେବାରୁ ସୋମାବର ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ଜଣାଇବାକୁ ବାଧ୍ୟ ହୋଇଅଛୁ ।

ଏଣୁ ଏହାକୁ ସଦୃହୟ ସହ ଗ୍ରହଣ କରି ଆମ୍ଭ ପଞ୍ଚାୟତରେ ବେଆଇନ ମଦ ଦୋକାନ ବନ୍ଦ କରିବା ସକାଶେ ବିଚାର କରିବାକୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଓ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମହିଳା ଗୋଷ୍ଠୀର ସଭାପତି କ୍ରିଷ୍ଣା କୁମାରୀ ବିଷୋୟୀ, ସଂପାଦିକା ସଞ୍ଜୁକ୍ତା ବିଷୋୟୀ, ଶଶି ରେଖା ବିଷୋୟୀଙ୍କ ପଞ୍ଚାୟବାସୀ ଉପସ୍ଥିତ ଥିଲେ ।

Leave A Reply