Odisha news

ଚେନ୍ ଲୁଟେରା ଦଳକୁ ଠାବ କଲା କଳିଙ୍ଗନଗର ପୋଲିସ , ଲୁଟ ସାମଗ୍ରୀ ଜବତ

0

ଦାନଗଦୀ    : କଳିଙ୍ଗନଗର ଥାନା ଅର୍ନ୍ତଗତ ଟାଟା ଷ୍ଟିଲ ହାଉସିଂ କଲୋନୀର ଏଫ୍ ବ୍ଲକ ଘର ନଂ ଏ-୧୦୦୪ରେ  ରହୁଥିବା ମନୋଜ କୁମାର ଦାସ କଲୋନୀକୁ ଫେରିବା ସମୟରେ ଗତ ଅଗଷ୍ଟ ୦୩ ତାରିଖରେ ତାଙ୍କଠାରୁ ଡକାୟତି ହୋଇଥିବା କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ । ଘଟଣା ମୁତାବକ ମନୋଜ ଏବଂ ତାଙ୍କ ସ୍ତ୍ରୀ ଦିନ ତାଙ୍କ ପୈତୃକ ଘରୁ ୧.୪୫ ମିନିଟ ସମୟରେ କଲୋନୀକୁ ଫେରିବା ସମୟରେ ଦୁଇ ଜଣ ଲୋକ ଏକ ପଲସର ଗାଡିରେ ଆସି ତାଙ୍କୁ ଅଟକାଇବା ସହିତ ମାରଣାସ୍ତ୍ର ଦେଖାଇ  ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ପଳାଇଯାଇଥିଲେ ।

ସେହିଦିନ ମନୋଜ ସନ୍ଦ୍ୟାରେ କଳିଙ୍ଗନଗର ଥାନାରେ ଅଭିଯୋଗ କରିବା ପରେ କଳିଙ୍ଗନଗର ପୋଲିସ ପକ୍ଷରୁ ୧୨୪/୨୦ରେ ମାମଲା ରୁଜୁ କରି ତଦନ୍ତ କରି ଉଭୟ ଚେନ ଚୋର ଏବଂ ଚେନ କିଣିଥିବା ୦୭ ଜଣଙ୍କୁ ଗିରଫ କରିଛି । ଏଥିମଧ୍ୟରୁ ସାଗର ବେହେରା (୨୫),ତପନ ବେହେରା(୨୬),ରାଜେଶ କୁମାର ନାୟକ(୨୦),ନିରଂଜନ ନାୟକ (୨୫),ଗୁଲଜାର ଅଲ୍ଲି(୨୫) ସମସ୍ତ ଅଭିଯୁକ୍ତ ଯାଜପୁର ରୋଡ ଥାନା ଦାନଗଦୀ ଅଂଚଳର ହୋଇଥିବାବେଳେ ପାଣିକୋଇଲି ଥାନା ଅର୍ନ୍ତଗତ ଶଂଖଚିଲା ଖମଣ ଗ୍ରାମର ଅଜୟ ସାହୁ(୪୨) ଏବଂ କୁଆଖିଆ ଥାନା ମଧୁବନ ଅଂଚଳର ସନ୍ତୋଷ କୁମାର ସାହୁ (୩୨) ଚୋରି ସୁନା କିଣିବା ଅଭିଯୋଗରେ ଗିରଫ ହୋଇ ଆଜି ରବିବାର ସମସ୍ତଙ୍କୁ କୋର୍ଟ ଚାଳାଣ କରାଯାଇଛି ବୋଲି କଳିଙ୍ଗନଗର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି

Leave A Reply