ଔପଦା : ଔପଦା ବନବିଭାଗ ରେଞ୍ଜ ଅଧିନ ଅଘିରାପଦା ପଞ୍ଚାୟତ କମାରପାଳ ଗ୍ରାମର ମା ଘଟବାସୁଳି ଜଂଗଲ କମିଟି ପକ୍ଷରୁ ଶାଳ ଗଜାକୁ କାଟି ନିଜ ବାଡିରେ ରଖିଥିବାକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଭାଗ ଦ୍ୱାରା କଟା ଶାଳକାଠକୁ ଜବଦ କରି ମାମଲା ରୁଜ କରିଥିବା ଜଣାଯାଇଛି । ଜଂଗଲ କମିଟିର ସଭାପତି ଚକ୍ରଧର ବେହେରା ଜଂଗଲରୁ ପ୍ରାୟ ୭୦ ରୁ ଉଦ୍ଧ୍ୱର୍ ଶାଳ ଗଜାକୁ କାଟି ନିଜ ବାଡିରେ ରଖିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗ ଠାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ନେଇ ରେଞ୍ଜର ବବିତା ସୋରେନ ନେତୃତ୍ୱରେ ଔପଦା ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା ,ଅଘିରାପଦା ବିଟ ହାଉସର ଫରେଷ୍ଟର ଗାର୍ଡ ପ୍ରତିମା ସ ସଦଳବଳେ ଗ୍ରାମରେ ଚଢାଉ କରି କଟା କାଠକୁ ଜବଦ କରି କାର୍ଯ୍ୟାଳୟକୁ ଆଣିବା ସହିତ ୧୯/୨୦୨୦ ମୂଳେ ଏକ ମାଲା ରୁଜ କରିଛନ୍ତି ।
ଏ ସଂପର୍କରେ ରେଞ୍ଜର ବବିତା ସୋରେନଙ୍କୁ ପଚାରିବାରୁ କମିଟିର ବିନା ରିଜୋଲେସନରେ ଗଛକଟା ଯାଇଥିବାରୁ ଏହା ଏକ ଆଇନ ବିରୁଦ୍ଧ କାର୍ଯ୍ୟ ବୋଲି କହିଛନ୍ତି । ଅପରପକ୍ଷେ କମିଟିର ସଭାପତି ଶ୍ରୀ ବେହେରାଙ୍କୁ ଶାଳଗଜା କଟା ସଂପର୍କରେ ମତାମତ ନେବାରୁ ଏହି ଗଜାଗୁଡିକୁ ହାତୀ ଭାଙ୍ଗି ପକାଇଥିବାରୁ ନଷ୍ଟ ହୋଇଯିବାକୁ ଲକ୍ଷକରି କଟାଯାଇ ରଖାଯାଇଥିଲା ବୋଲି କହିଛନ୍ତି ।