ବାଲିଆପାଳ : ଗତ ଗୁରୁବାରଠାରୁ ସୁବର୍ଣ୍ଣରେଖା ନଦୀରେ ଆସିଥିବା ବନ୍ୟା ପ୍ରକୋପ କମିଛି । ମାତ୍ର ତଳିଆ ଅଂଚଳରେ ଥିବା ବାଲିଆାପାଳ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା ବଢିଛି । ନଦୀକୂଳରେ ଥିବା ଅସ୍ତି,ବାଲିଆପାଳ,ମଧୁପୁରା,ବିଷ୍ଣୁପୁର,ଜାମକୁଣ୍ଡା ପଞ୍ଚାୟତର ଅନେକଗ୍ରାମ ଏବେ ବି ଜଳମଗ୍ନ ହୋଇ ରହିଛି ।
ବାଲିଆପାଳ- ବିଷ୍ଣୁପୁର,ପଞ୍ଚରୁଖି- ଚୌଧୁରୀକୂଦ,ଜାମକୁଣ୍ଡା-ତାଳପଦା,ଜାମକୁଣ୍ଡା-ନୟାବାଲି,ଜାମକୁଣ୍ଡା-କୁହ୍ଲାଚଡ,ଜାମକୁଣ୍ଡା-ନଖପାଳ,ବାଲିଆପାଳ-ଆାଠବାଟିଆ,ପାଳପଡା-ଝଲଝଲିଆ ସମେତ ବିଭିନ୍ନ ଗ୍ରାମ୍ୟ ରାସ୍ତା ଉପରେ ଦୁଇ ତିନି ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟତରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି ।
ବିଷ୍ଣୁପୁର,ବାଲିଆପାଳ,ଜାମକୁଣ୍ଡା,ଅସ୍ତି,ମଧୁପୁରା ପ୍ରଭୃତି ପଞ୍ଚାୟତର ଅନେକ ଲୋକଙ୍କ ଘରେ ବନ୍ୟାପାଣି ପଶିଯାଇଥିଲା ସେମାନେ ଗତ ତିନିଦିନ ଧରି ରନ୍ଧାବଢା କରିପାରିନାହାନ୍ତି । ଘରେ ଯାହା ଖାଦ୍ୟଥିଲା ତାହା ସରିବାକୁ ବସିଲାଣି । ପ୍ରଶାସନ ଏପର୍ଯ୍ୟନ୍ତ ଏହି ଲୋକଙ୍କ ନିକଟରେ ପହଞ୍ଚô ନାହିଁ ।
ପ୍ରତ୍ୟକ ପଞ୍ଚାୟତ ର ଲୋକଙ୍କ ସ୍ଥିତିର ସମୀକ୍ଷା ପାଇଁ ଜଣେ ଜଣେ ବ୍ଲକ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନାଙ୍କର ଦେଖା ଦର୍ଶନ ମିଳୁ ନାହିଁ । ନାଁକୁ ମାତ୍ର ବ୍ଲକ ପକ୍ଷରୁ ଚାରୋଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି । ଦିନ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ କାମକୁ ଯାଇ ନପାରି ଦୁର୍ଦ୍ଦଶାରେ ରହିଛନ୍ତି । ଅଧିକାଂଶ ନଳକୂପ ପାଣିରେ ବୁଡି ରହିଥିବାରୁ ୨ରୁ ୩ କିମି ଡଙ୍ଗାରେ ଯାଇ ଉଚ୍ଚସ୍ଥାନରୁ ପାଣି ଆଣୁଛନ୍ତି ।ଚାରଣ ଜମି ଗୁଡିକ ପାଣିରେ ବୁଡିରରହିଥିବାରୁ ଗୃହପାଳିତ ପଶୁୁମାନେ ଖାାଦ୍ୟଅଭାବରେ ରହିଛନ୍ତି ।ଏହି ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଧାନଚାଷ । ବାଲିଆପାଳ ଠାରୁ ସାଉଡି ପର୍ଯ୍ୟନ୍ତ ୧୭ଟି ପଞ୍ଚାୟତର ଶହ ଶହ ଏକର ଚାଷଜମି ପାଣିରେ ବୁଡି ରହିଛି ।
ତାହା ସମ୍ପୂର୍ଣ୍ଣ ଉଜୁଡିଯିବାର ଆଶଙ୍କା ପ୍ରକାଶ ପାଇଛି । ବହୁ ପ୍ରତିକୂଳ ପରିସ୍ଥିତିରେ ଋଣକରି ଚାଷକରିଥଥିବା ଧାନ ଓ ପନିପରିବା ଚାଷୀ ଅର୍ଥୀକ ମେରୁଦଣ୍ଡକୁ ଏହା ଦୋହଲାଇ ଦେଇଛି । ଘରେ ପାଣି ପଶିଥିବା ଲୋକଙ୍କ ନିକଟରେ ପଲଥିନ ଖଣ୍ଡିଏ ମଧ୍ୟ ପହଞ୍ଚôନାହିଁ । ବନ୍ୟା କମିଯିବା ପରେ ତଦନ୍ତ କରାଯାଇ ପଲିଥିôନ ଦିଆଯିବ ବୋଲି ତହସିଲଦାର କହୁଛନ୍ତି । ତେବେସେ ପର୍ଯ୍ୟନ୍ତ କାଦୁଆ ଓ ସନ୍ତସନ୍ତିଆ ସ୍ଥାନରେ ଲୋକମାନେ କିପରି ରହିବେ ତାହା ଲୋକଙ୍କୁ ଚିନ୍ତାରେ ପକାଇଛି । ବନ୍ୟା ଛାଡିବାକୁ ଆହୁରି ଦିନେ ଦୁଇଦିନ ସମୟ ଲାଗିଯିବ ତେଣୁ ତୁରନ୍ତ ଲୋକଙ୍କୁ ତିନିଦିନର ରିଲିଫ ସାମଗ୍ରୀ ଯୋଗଇ ଦେବାକୁ ବିଜେପି ରାଜ୍ୟ ପରିଷଦ ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ମହେଶ୍ୱର ଜେନା ଦାବି କରିଛନ୍ତି ।