Odisha news

ଖବର ପ୍ରକାଶ ପରେ କ୍ୟାନ୍ସର ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ବିଧାୟିକା

0
କୋଦଳା (Susanta Kumar Pattnayak)  : ଖବର ପ୍ରକାଶ ପରେ କ୍ୟାନ୍ସର ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଲେ ବିଧାୟିକା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କଣ୍ଟାପଡା ଗ୍ରାମର କ୍ୟାନ୍ସର ପୀଡ଼ିତ ଭିକାରି ତାରିଣୀ କ୍ଯାନ୍ସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆର୍ଥିକ ଅନାଟନରୁ ଉତ୍ତମ ଚିକିତ୍ସା କରି ହେଉନି। ଗୋଟିଏ ପଟେ ପୁରା ପରିବାରର ବୋଝ ଅନ୍ୟ ପଟେ ନିଜର ଚିକିତ୍ସା। ପରିବାରର ଏକମାତ୍ର ରୋଜଗାରିଆ ଭାବେ ଭିକାରୀ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି।
ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶନିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିକାରି ତାରିଣୀଙ୍କ ବାସ ଭବନକୁ ଯାଇ ତାଙ୍କୁ ସାନ୍ତ୍ୱନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏଥି ସହିତ ଉତ୍ତମ ଚିକିତ୍ସା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।ପ୍ରକାଶ ଥାଉ କି ଭିକାରି ସୁରତରେ ଶ୍ରମିକ ଭାବେ କାର୍ଯ୍ୟ କରି ପେଟ ପୋଷୁଥିବା ବେଳେ ନିଜ ଜିଭରେ ଏକ ଛୋଟ ଘା’ ସୃଷ୍ଟି ହେବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରି ଅପରେସନ କରିଥିଲେ l
କିନ୍ତୁ ଏହାର ଅଳ୍ପ କିଛିଦିନ ପରେ ତାଙ୍କ ବେକ ଏବଂ ଥୋଡୀ ପାଖରେ ଦୁଇଟି ଛୋଟ ଆବୁ ସୃଷ୍ଟି ହୋଇଥିଲା l ଯାହାକୁ ଦେଖି ସେ ବିଚଳିତ ହୋଇ ମାର୍ଚ୍ଚ ମାସରେ ଗ୍ରାମକୁ ଫେରି ବ୍ରହ୍ମପୁର ଏମକେସିଜି କର୍କଟ ବିଭାଗରେ ଦେଖାଇ କିଛିଦିନ ଚିକିତ୍ସିତ ହୋଇ ନିରାଶ ହୋଇଥିଲେ l ବର୍ତମାନ ସେ  ଭୁବନେଶ୍ୱର ସ୍ଥିତ ପଣ୍ଡା କେର ଏଣ୍ଡ କେନସର ନାମକ ପ୍ରାଇଭେଟ କ୍ଲିନିକରେ ଚିକିତ୍ସିତ ହୋଇଆସୁଛନ୍ତି l କିନ୍ତୁ ତାଙ୍କ ରୋଗ କମିବା ବଦଳରେ ବଢ଼ିବାରେ ଲାଗିଛି l
ଏହିରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ତାଙ୍କ ପାଖରେ ସମ୍ବଳ ନାହିଁ କି ନିଜର କୌଣସି ଭୂ ସମ୍ପତ୍ତି ନାହିଁ l ସେ ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ସେ ଏବେ ଦୁରାରୋଗ୍ୟରେ ପିଡୀତ ହୋଇଛନ୍ତି। ବିଧାୟିକାଙ୍କ ସହଯୋଗ ପରେ ଉତ୍ତମ ଚିକିତ୍ସା ପାଇଁ ସେ ଆଶା ପ୍ରକାଶ କରିଛନ୍ତି। ବିଧାୟିକାଙ୍କ ଗସ୍ତ ସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ, ଯୁବ ସମାଜସେବୀ ଜିତୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply