ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣକୁ ଆସୁଛି କୋରୋନା। ପ୍ରତିଦିନ ଜିଲ୍ଲାରେ ପ୍ରାୟ 10 ହଜାର ଟେଷ୍ଟିଂ ହେଉଥିବା ବେଳେ ପଜେଟିଭ ସଂଖ୍ୟା 200 ମଧ୍ୟରେ ରହୁଛି । ସେପଟେ ଜିଲ୍ଲାରେ ବର୍ତ୍ତମାନ କେବଳ 1566ରୁ ଅଧିକ ପଜେଟିଭ ଏକ୍ଟିଭ ଅଛନ୍ତି । ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପକ୍ରିୟା ଜାରି ରହିଛି । ଏହି ଯାଞ୍ଚରେ ଯେଉଁ ମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନଙ୍କର ଟେଷ୍ଟିଂ କରାଯିବା ସହ ପଜେଟିଭ ହେଲା ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।
ତଥାପି ମଧ୍ୟ ଜିଲ୍ଲାବାସୀ ଅଧିକ ସଚେତନ ହେବାର ଆବଶ୍ୟକ ରହିଛି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ । ଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମ ପ୍ରକାର ରେ ମାନିବାକୁ କୁହାଯାଇଛି l ସେପଟେ ଜିଲ୍ଲାର ଧାନ କିଣା ନିମନ୍ତେ ପଞ୍ଜିକରଣର ଶେଷ ତାରିଖ ଅଗଷ୍ଟ 31ରହିଛି । ଟାର୍ଗେଟର 77 ପ୍ରତିଶତ ବର୍ତ୍ତମାନ ପଞ୍ଜିକରଣ କରିସାରିଛନ୍ତି । ତେଣୁ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେପଟେ ସାର କିଣିବାରେ ଚାଷୀଙ୍କୁ କୈଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡିବ ସେ ନେଇ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।