Odisha news

ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ

0

ଛତ୍ରପୁର :ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଠାରେ ବିଜୁ ପଚ୍ଚନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି  । ଓଡିଶାର  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର କ୍ରୀଡାବିତ୍ ମାନଙ୍କୁ ଉତ୍ସlହିତ  କରିବା ସକାଶେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ  । ରାଜ୍ୟର ସମସ୍ତ ଜିଲ୍ଲାରେ ରହିଥିବା କ୍ରୀଡାବିତ୍ ମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ସାହିତ କରାଯାଇଛି  ।

ଏହି ଅବସରରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସେମାନେ ଜିଲ୍ଲାର ସୁନାମ ଅର୍ଜନ କରନ୍ତୁ ବୋଲି କହିଥିଲେ  । ଭୁବନେଶ୍ବର ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ-୨୦୨୦ ପୁରସ୍କୃତ ହୋଇଥିବା ଭାରଉତ୍ତୋଳନ ରେ ଗଞ୍ଜାମ ଜିଲ୍ଲାର କୁଲଦୀପ୍ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ମୁନା ନାୟକ ରୌପ୍ୟ ପଦକ ଓ ବନୀତା ଘଡେଇ ବ୍ରୋଞ୍ଜ ପଦକ ପାଇଥଲେ  ।

ସେହିପରି ଗୌହାଟି ଠାରେ ଅନୁଷ୍ଠିତ ଖେଲୋଇଣ୍ଡିଆ ୟୁଥ୍ ଗେମ୍ସ- ୨୦୨୦ ଭାରଉତ୍ତୋଳନ ରେ ମନୋଜ ସାହୁ ରୌପ୍ୟ ପଦକ ପାଇଥିଲେ  । ସେମାନଙ୍କୁ ଆଜିର ଦିନରେ ଉତ୍ସାହିତ କରାଯାଇ ରାଜ୍ୟ ସକରାକଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି  । ସ୍ବର୍ଣ୍ଣ ପଦକ ନିମନ୍ତେ ୪୦ ହଜାର ଟଙ୍କା, ରୌପ୍ୟ ପଦକ ନିମନ୍ତେ ୨୭ ହଜାର ଟଙ୍କା ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ୧୭ ହଜାର ଟଙ୍କାର ଅର୍ଥରାଶି ସେମାନଙ୍କ ଜମାଖାତାକୁ ପଠାଯାଇଥିଲା  ।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଓଡିଶା ଭାରଉତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହୁ, ଯୁଗ୍ମ ସଂପାଦକ ରମେଶ ଚନ୍ଦ୍ର ପାଢୀ, ପ୍ରଦୀପ କୁମାର ସାହୁ, ଭାରଉତ୍ତୋଳନ କ୍ରୀଡାବିତ୍ ତଥା ଡି.ଏସ୍.ପି. କେ. ରବିକୁମାର, ସୁନ୍ଦର ସ୍ବାସ୍ଥ୍ୟରେ ଏସିଆନ୍ ଚମ୍ପିଆନ୍  ତଥା ପୁଲିସ  କର୍ମଚାରୀ ବଲ୍ଲାଲ ଖାଁ ଉପସ୍ଥିତ ଥିଲେ  ।  ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା  ଉପସ୍ଥିତ ଥିଲେ  ।

Leave A Reply