Odisha news

ଶିକ୍ଷାବିତ୍ ଇଂ ତ୍ରଲୋକ୍ୟନାଥ ଷଡଙ୍ଗୀଙ୍କୁ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

0

କୁଜଙ୍ଗ : ବିଶିଷ୍ଟ ଶିକ୍ଷାବିତ୍ ଇଂ ତ୍ରଲୋକ୍ୟନାଥ ଷଡଙ୍ଗୀଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରଫେସର ଚନ୍ଦ୍ରକିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫେସର୍ ସୁବ୍ରତ୍ ମିଶ୍ର ଯୋଗଦେଇ ପାରାଦ୍ୱୀପ ବନ୍ଦରରେ ଜଣେ ସଫଳ ଯନ୍ତ୍ରୀ ରୂପେ କାର୍ଯ୍ୟକରି ପରବର୍ତ୍ତୀ ସମୟରେ ନିଜ ଗ୍ରାମ ପଙ୍କପାଳରେ ଜ୍ଞାନବିକାଶ ସ୍କୁଲ, ବାଳକୃଷ୍ଣ ଚୌଧୁରୀ ମେମୋରିଆଲ୍ ସ୍କୁଲ ବିଦ୍ୟାଭାରତୀ ଓ କୁଜଙ୍ଗରେ ମଡେଲ ପବ୍ଲିକ୍ ସ୍କୁଲ ପ୍ରତିଷ୍ଠା ସହ ପରିଚାଳନରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଥିଲା । ଏପରିିକ ସେ ଗତ ୨୪ ବର୍ଷ ଧରି କୁଜଙ୍ଗ ମଡେଲ ପବ୍ଲିକ୍ ସ୍କୁଲର ପରିଚାଳନା ସମିତିର ସଭାପତି ରହି ଏହି ସ୍କୁଲକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ଏସ୍ୟୁଡିଏର ପୂର୍ବତନ ନିଦେ୍ର୍ଦଶକ ଶଶିଭୂଷଣ ମିଶ୍ର, ପୂର୍ବତନ ଉପନିଦେ୍ର୍ଦଶକ ବିଏମ୍ ଭଞ୍ଜଦେଓ, କ୍ରିଷ୍ଣ କୁମାର ଧଳ, ଆର୍ଏସ୍ଏସ୍ଓର ପ୍ରକଳ୍ପର ନିଦେ୍ର୍ଦଶକ ହେମନ୍ତ କୁମାର ସାହୁ, ଡା. ଦେବରାଜ ରଥ,ଲିଙ୍ଗରାଜ ରଥ, ବିଦ୍ୟାଭାରତୀର ପ୍ରତିଷ୍ଠାତା ଚୌଧୁରୀ ପଦ୍ମନାଭ ମିଶ୍ର, ମଡେଲ୍ ପବ୍ଲକି୍ ସ୍କୁଲ ପରିଚାଳନା ସମିତି ସଭ୍ୟ ପ୍ରଭାସ ରଂଜନ ଗୁରୁ, ରମେଶ ଚନ୍ଦ୍ର ଦାସ, ହେମନ୍ତ କୁମାର ସାହୁ, ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ମମତା ମହାନ୍ତି, ପଙ୍କପାଳ ହାଇସ୍କୁଲର ପ୍ରାକ୍ତନ ଛାତ୍ର ବିଭୂତି ମହାପାତ୍ର, ପ୍ରକାଶ ମଲ୍ଲ, ପ୍ରସନ୍ନ ନାୟକ, ରାଜଶ୍ରୀ ଷଡଙ୍ଗୀ, ଡ. ବିଷ୍ଣୁ ଚରଣ ବେହେରା,ବବିତା ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେବା ସହ ଜେଷ୍ଠ ପୁଅ ତ୍ରିଭୂବନ ପତ୍ନୀ ପୁଷ୍ପାଞ୍ଜଳି, ପ୍ରିୟ ଭଉଣି ପ୍ରମିଳା, ପ୍ରମିତା, ପ୍ରତିଭା, ପ୍ରସୂନା, ଭାଇ ପ୍ରସୂନ, କନ୍ୟା ପ୍ରିୟମ୍ବଦା ପ୍ରିତୀନନ୍ଦା, ପ୍ରଜ୍ଞାଜିତା, ପ୍ରଜ୍ଞାପାରମିତା, ପୁତ୍ର ତ୍ରିଦେବୀନାଥ, ବୋହୂ ଚନ୍ଦନା, ଜ୍ୱାଇଁ ଜଗଦିଶ ଓ ସୁକାନ୍ତ ପ୍ରମୁଖ ସମବେଦନା ଜଣାଇଥିଲେ ।

ଏହି ଶିକ୍ଷାବିତ୍ ଆଷ୍ଟ୍ରୋଫିଜକ୍ସ ଉପରେ ୫ଟି ପୁସ୍ତକ ରଚନା କରିଥିବା ବେଳେ ଓଡିଶା ମେରିଟାଇମ୍ ଏକାଡେମୀରେ ମଧ୍ୟ କାର୍ଯ୍ୟକରି ପ୍ରସଂଶିତ ହୋଇଛନ୍ତି । ଏହି ଅବସରରେ ତାଙ୍କ ସ୍ମୃତି ଉଦେଶ୍ୟରେ ପୁଷ୍ପାଞ୍ଜଳି ପୁସ୍ତକ ଉନ୍ମୋଚନ ହେବା ସହ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା

Leave A Reply